ଗାଡିରୁ ଜବତ ହେଲା ୧୨ ଲକ୍ଷ

୨୦୧୯ ନିର୍ବାଚନ ପାଖେଇ ଆସିଛି । ତେଣୁ ସାଧାରଣ ନିର୍ବାଚନରେ କୈାଣସି ନେତା ଆଚରଣ ସଂହିତା ଉଲଂଘନ ନ କରିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି । ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ଼ ଦ୍ୱାରା ବରଗଡ଼ ବିଜେଡ଼ି ନେତା ପ୍ରେମ ପଟେଲଙ୍କ ଗାଡ଼ିରୁ ଆଜି ୧୨ଲକ୍ଷ ଟଙ୍କା ଜବତ ହୋଇଛି ।ନିର୍ବାଚନ ନିକଟତର ହେଉଥିବା ବେଳେ ବିଭିନ୍ନ ସ୍ଥାନରୁ ବିପୁଳ ଟଙ୍କା ଜବତ ହେଉଥିବା ଜଣାପଡ଼ିଛି । ଆଜି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ଼ ଯାଞ୍ଚ ବେଳେ ବରଗଡ଼ ଭଟଲି ବଉଲସିାଂହରୁ ବିଜେଡ଼ି ନେତା ପ୍ରେମ ପଟେଲଙ୍କ ଗାଡ଼ିରୁ ୧୨ଲକ୍ଷ ଟଙ୍କା ଜବତ ହୋଇଛି । ଉକ୍ତ ଗାଡ଼ିରେ ପ୍ରେମ ପଟେଲ ଉପସ୍ଥିତ ନ ଥିଲେ ତାଙ୍କ ମ୍ୟାନେଜର ଥିବା ସୂଚନା ମିଳିଛି । ପେଟ୍ରୋଲ ପମ୍ପରେ ଜମା କରିବାକୁ ଏହି ଟଙ୍କା ନେଉଥିବା ପ୍ରେମ ପଟେଲଙ୍କ ମ୍ୟାନେଜର କହିଛନ୍ତି । ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ ଟଙ୍କା ଜବତ କରି ଏହା କେଉଁ ଆଡ଼େ ଯାଉଥିଲା ଜାଣିବା ପାଇଁ ଅଧିକ ଖୋଳତାଡ଼ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ