ଗାଧୋଇନାହାନ୍ତି ଲେଡି ଗାଗା

ମୁମ୍ବାଇ : ଚର୍ଚ୍ଚାରେ ହଲିଉଡ ଅଭିନେତ୍ରୀ ଲେଡି ଗାଗା । ଗାଗାଙ୍କ ଏକ ମଜାଳିଆ ଟ୍ବିଟ୍ ଇଣ୍ଟରନେଟରେ ଛାଇ ଯାଇଛି। ଗାଗା କହିଛନ୍ତି ଯେ ‘ତାଙ୍କର ମନେନାହିଁ ଯେ ସେ ଶେଷ ଥର କେବେ ଗାଧୋଇଥିଲେ।’ ସେ ଟ୍ବିଟରରେ ଶରୀର ପରିଚ୍ଛନ୍ନତା ସହ ଜଡ଼ିତ ଏକ ମଜାଳିଆ କଥୋପକଥନ ସେୟାର କରିଛନ୍ତି। ଏଥିରେ ତାଙ୍କ ପର୍ସନାଲ ଆସିଷ୍ଟାଣ୍ଟ ତାଙ୍କୁ ପଚାରୁଛନ୍ତି,‘ ଆପଣ ଶେଷ ଥର କେବେ ଗାଧୋଇଥିଲେ?’ ଏହାର ଉତ୍ତରରେ ଲେଡି ଗାଗା କହିଥିଲେ,‘ ତାଙ୍କର ମନେ ନାହିଁ।’ ଫ୍ୟାନ୍ସ ମଧ୍ୟ ଲେଡି ଗାଗାଙ୍କ ଏହି ଉତ୍ତରର ମଜା ନେଉଛନ୍ତି। ଲେଡି ଗାଗା ଏବେ ନିଜର ଅପକମିଙ୍ଗ୍ ଆଲବମ୍ ଏଲଜି୬କୁ ନେଇ ଅତ୍ୟନ୍ତ ବ୍ୟସ୍ତ ଅଛନ୍ତି। ଲେଡି ଗାଗା ନିଜ ଟ୍ବିଟ୍ ସହ ଏଲଜି୬ରେ ହ୍ୟାଶଟାଗ୍ ଜୋଡ଼ି ଫ୍ରାନଙ୍କୁ ଏହା କହିବାକୁ ଉଦ୍ୟମ କରୁଛନ୍ତି ଯେ ସେ ତାଙ୍କ ଷଷ୍ଠ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ