କ୍ରିସମସ୍ ଟ୍ରିର ଦାମ୍ ୧୦୭ କୋଟି ଟଙ୍କା
କ୍ରିସମସ୍ ଉପଲକ୍ଷେ ସ୍ପେନର ଏକ ବଡ଼ ଭୋଜନାଳୟରେ ସ୍ଥାପନ କରାଯାଇଛି ବିଶ୍ୱର ସବୁଠାରୁ ମହଙ୍ଗ ‘କ୍ରିସମସ୍ ଟ୍ରି’ । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ଶହେ ସାତ କୋଟି ଟଙ୍କା । କଳା, ଧଳା, ଲାଲ ଓ ଗୋଲାପୀ ରଙ୍ଗର ହୀରା ସାଙ୍ଗକୁ ଏମୁ ଓ ଓଟ ପକ୍ଷୀର ଅଣ୍ଡାରେ ଏହି ‘କ୍ରିସମସ୍ ଟ୍ରି’ ସୁସଜ୍ଜିତ । ଯାହା ଏହାର ପ୍ରମୁଖ ବିଶେଷତ୍ୱ । ତାହା ସହ ବିଶ୍ୱର ନାମୀଦାମୀ ଫେସନ ହାଉସରୁ ସଂଗୃହୀତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଏଥିରେ ଖଞ୍ଜାଯାଇଛି । ଏହି ‘କ୍ରିସମସ୍ ଟ୍ରି’ ବହୁ ସଂଖ୍ୟକ ଗ୍ରାହକ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।


