ଗାନ୍ଧିଜୟନ୍ତି ଅବସରରେ ବିିଜେପିର ସଚେତନତା ପଦଯାତ୍ରା

ଚିକିଟି,(ଯୁଗାବ୍ଦ ନ୍ୟୁଜ୍): ଗାନ୍ଧିଜୟନ୍ତି ଅବସରରେ ଚିକିଟି ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଓ ନୂଆପଡା ପଂଚାୟତରେ ଗାନ୍ଧିଜୀ ଙ୍କ ୧୫୦ ତମ ଜୟନ୍ତୀଅବସରରେ ବିଜେପିର ପଦଯାତ୍ରା ହୋଇଥିଲା। କାର‌୍ୟ୍ୟକରିଣୀ ସଦସ୍ୟ ମନୋରଞ୍ଜନ ଦିୟାନ ସାମନ୍ତରା ଅଧ୍ୟକ୍ଷତା ରେ ପଦଯାତ୍ରା ଡ଼ଭାର ଗ୍ରାମଦେବତୀ ମନ୍ଦିର ପ୍ରାଙ୍ଗଣ ରୁ ଗାନ୍ଧିଜୀଙ୍କ ଚିତ୍ରପଟ ରେ ମାଲ୍ୟାର୍ପଣ ଦେଇ ପ୍ରଥମେ ପଦଯାତ୍ରା ଆରମ୍ଭ ହୋଇଥିଲା। ପରେ ଡ଼ଭାର, ଦେଉଳିଆପଡା, ଚାନ୍ଦପୁର,ସୁନ୍ଦରଡ଼ା, ପତ୍ରଚୁଡ଼ି ଆଦି ଗ୍ରାମ ବୁଲି ନୂଆପଡା ପଞ୍ଚାୟତରେ ପହଞ୍ଚିଥିଲା ନୂଆପଡା ର ଦ୍ରୁନୀତିକୁ ନେଇ ପଞ୍ଚାୟତ ଆଗରେ ଅନଶନରେ ବସିଥିବା ହୃଷିକେଶ ନାୟକକୁ ମନୋରଞ୍ଜନ ସମର୍ଥନ କରି ତପସ୍ୱୀ ମଠରେ ପହଞ୍ଚି ଥିଲେ । ପଦଯାତ୍ରାର ମୂଳ ଉଧେସ୍ୟ ଥିଲା ଯେ ପ୍ଲାଷ୍ଟିକ ବ୍ୟାଗ ବ୍ୟବହନକରିବା ପ୍ଲାଷ୍ଟିକ ବଦଳରେ କାଗଜ ବା କପଡା ବ୍ୟାଗ ବ୍ୟବହାର କରିବା, ଜଳ ସରଣକ୍ଷଣ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଲୋକପାତ କରି ଗାନ୍ଧିଜୀଙ୍କ ଭଳି ସ୍ୱଚ୍ଛତା, ସତ୍ୟନିଷ୍ଠା, ସାଧୁତା, କରୁଣା ତଥା ମାନବିକତାକୁ ଆମେ ଯଦି ଆମେ ସମସ୍ତେ ଆପଣେଇଲେ ଦେଶ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି କୁହାଯାଇଥିଲା। କାର‌୍ୟ୍ୟକ୍ରମରେ ଦେବଦତ୍ତପଣ୍ଡା, ପ୍ରଶାନ୍ତ ଜାନୀ,ଭାଜପାର ଯୁବମୋର୍ଚା ସଭାପତି ପ୍ରିୟ ରଞ୍ଜନ ବେହେରା, ଲିଙ୍ଗରାଜ ପଣ୍ଡା ସମେତ ବିଜେପିର ଶତାଧିକ କର୍ମୀ ପଦ ଯାତ୍ରା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ