ଗାନ୍ଧୀଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ସଂକଳ୍ପ ଯାତ୍ରା

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଆରମ୍ଭ କରାଯାଇଛି ସଂକଳ୍ପ ଯାତ୍ରା । ବିଜେପିର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀଙ୍କ ନେତୃତ୍ୱରେ ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଯାତ୍ରାରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପାଧ୍ୟକ୍ଷ ମହେଶ୍ୱର ସାହୁ, ଜିଲ୍ଲା ସେବା ପ୍ରମୁଖ ରାମଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଟିକି କିସ୍କୁ, ଜିଲ୍ଲା ଉପସଭାପତି ଗୋଲେକ ଜେନା, ବରିଷ୍ଠ ବିଜେପି ନେତା ବିଜୟ ରାଉତ, ସୁଶାନ୍ତ ଜେନା, ଯଜ୍ଞ ପ୍ରସାଦ, ହରମୋହନ ଶାସିନି, ନଗର ସଭାପତି ପ୍ରଶାନ୍ତ ମହାପାତ୍ର, ମଣ୍ଡଳ ସଭାପତି ମଧୁସୁଦନ ରାଉତ, ବଳଭଦ୍ର ବାରିକ, ଦଶରଥ ଯେନା, ଟୁକୁନା ମହାନ୍ତ, ନାରାୟଣ ବାରିକ, ନିରାକାର ଦଳେଇ, ସରୋଜ ସାହୁ, ରମାକାନ୍ତ ନାୟକ, ମାନସ ଜେନା, ନୀଳମଣି ମହାନ୍ତି, ରବିନ୍ଦ୍ର ମଲ୍ଲିକ, ରମାକାନ୍ତ ସାହୁ, ପ୍ରଶାନ୍ତ ସାଙ୍କ ସମେତ ଶତାଧିକ କର୍ମୀ ଏକ ବିରାଟ ପଦଯାତ୍ରା ମରୈଗାଁ ଛକ ଠାରୁ ବାହାରି ୭କିଲୋମିଟର ଛେନାପଦି ଛକ ପର୍ଯ୍ୟନ୍ତ ଆସିଥିଲେ । ଏହି ଅବସରରେ ସେମାନେ ପ୍ଲାଷ୍ଟିକ ମୁକ୍ତ ଭାରତ, ମଦ ହଟାଅ ଦେଶ ବଞ୍ଚାଅ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଶ୍ଳୋଗାନ ମାନ ଦେଇ ଲୋକମାନଙ୍କୁ ସଚେତନତା କରିଥିଳେ । ପରେ ଛେନାପଦିଛକ ଠାରେ ଏକ ପଥପ୍ରାନ୍ତ ସଭାରେ ଗାନ୍ଧିଜୀଙ୍କ ବିଭିନ୍ନ ନୀତି ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ସୁଭାଦ୍ରି ବଳିଆରସିଂ, ଉଦୟ ନାରାୟଣ ଜେନା, ନିତ୍ୟାନନ୍ଦ ବେହେରା, ଦୀପକ ଜେନା, ସୁଶାନ୍ତ ରାଉତ, ଦୀନବନ୍ଧୁ ମହାନ୍ତି, ଫକିର ମୋହନ ବେହେରା, ଶରତ ବିନିସିଆ, ସୁଶିଳା ନାୟକ, ମାହେଶ୍ୱରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ