ଗାନ୍ଧି ଓ କସ୍ତୁରବାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ
ଭୁବନେଶ୍ୱର : ୟୁନିଟ୍-୬ସ୍ଥିତ ସତ୍ୟଭାମା ଦେବୀ ଦୃଷ୍ଟିବାଧିତ ମହିଳା ମହାବିଦ୍ୟାଳୟ ପରିସରରେ ବିଶ୍ୱ ମହିଳା ଦିବସ ୨୦୨୦ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାନ୍ଧିବାଦୀ ଓ ସର୍ବୋଦୟ ନେତ୍ରୀ ତଥା ସମାଜସେବୀକା ବିରଜା ଦେବୀ, ମୁଖ୍ୟବକ୍ତା ଭାବେ ଯନ୍ତ୍ରୀ ଲଳୀତ ମୋହନ ପଟ୍ଟନାୟକ ଓ ନିରୋଜାଲକ୍ଷ୍ମୀ ମହାପାତ୍ର ଯୋଗଦେଇ ଆଧୁନିକ ସମାଜରେ ମହିଳାମାନେ କୌଣସି ଗୁଣରେ କମ୍ ନୁହଁନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସବୁ କ୍ଷେତ୍ରରେ ନାରୀ ପୁରୁଷଙ୍କ ସହିତ ସମାଜ ଭାବରେ ରାଷ୍ଟ୍ରର ପ୍ରଗତି, ବିକାଶ ପାଇଁ କାର୍ଯ୍ୟଧାରା ଅବ୍ୟାହତ ରଖିଛି ବୋଲି ଅତିଥି ମାନେ ମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳା ଓ ପ୍ରତିଭାବାନ୍ ବ୍ୟକ୍ତିଙ୍କୁ ମାନପତ୍ର, ଚାରା ଦେଇ ସମ୍ମାନିତ କରାଯାଇଥିଲା । ସମ୍ମାନିତ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବିକା ବିରଜା ଦେବୀ, ମହିଳା ସାମ୍ବାଦିକ ମୌସୁମୀ ମହାନ୍ତି, ଯୁବ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, କବି-ସ୍ତମ୍ଭକାର ସାରଦା ପ୍ରସାଦ କରଙ୍କ ସମେତ ସମାଜସେବିକା ରଶ୍ମୀତ ମୁଖୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନା ଅଧ୍ୟକ୍ଷତା କରିଥିବାବେଳେ ହର ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।