ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ନିଷିଦ୍ଧ

ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସବୁ ସହରରେ ପ୍ଲାଷ୍ଟିକ ନିଷିଦ୍ଧ କରାଯିବ । ସମସ୍ତ ମହାନଗର ନିଗମ, ପୌରପାଳିକା ଓ ଏନଏସିରେ ଏହାକୁ କଡ଼ାକଡ଼ି ଲାଗୁ କରାଯିବା ଏଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ପ୍ଲାଷ୍ଟିକ ନିଷିଦ୍ଧ ହେବ ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ସିଙ୍ଗଲ ୟୁଜ୍ ବା ଗୋଟିଏ ଥର ବ୍ୟବହାର କରି ଫୋପଡ଼ା ଯାଉଥିବା ପ୍ଲାଷ୍ଟିକ ବୋତଲ ଓ ବ୍ୟାଗ୍ ବ୍ୟବହାର ବନ୍ଦ କରାଯିବ । ଏ ନେଇ ଗତ ୧୨ ତାରିଖରେ ଜନସାଧାରଣଙ୍କ ଆପତ୍ତି, ଅଭିଯୋଗ ଆହ୍ୱାନ କରାଯାଇଛି । ସେମାନଙ୍କୁ ମତାମତ ଦେବା ପାଇଁ ୧୫ ଦିନ ସମୟ ଦିଆଯାଇଛି । ଏହା ବାଦ୍ ଗତ ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରେ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସେହି ଅନୁଯାୟୀ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ସବୁ ସହରରେ ପ୍ଲାଷ୍ଟିକ ନିଷିଦ୍ଧ କରିବେ । ତାହା ଉପରେ ସାରା ରାଜ୍ୟରେ ନିଷିଦ୍ଧ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ