ପ୍ରଥମ ପ୍ରେମ ଦିବସ

ପ୍ରତିବର୍ଷ ସେପ୍ଟେମ୍ବର ୧୮ରେ ପାଳନ କରାଯାଏ, ‘ପ୍ରଥମ ପ୍ରେମ ଦିବସ’ ବା ଇଂରାଜୀରେ ‘ଫାଷ୍ଟ ଲଭ୍ ଡେ’ । ଏହି ଦିବସ ଅବସରରେ କିଛି ବିଶ୍ୱ ପ୍ରସିଦ୍ଧ ବ୍ୟକ୍ତି ଏ ସମ୍ପର୍କରେ କ’ଣ କହିଛନ୍ତି, ଆସନ୍ତୁ ଜାଣିବା । ଜର୍ଜ ବର୍ନାଡ ସ-ପ୍ରଥମ ପ୍ରେମ ଅଳ୍ପ ନିର୍ବୋଧତା ଏବଂ ଗୁଡ଼ିଏ କୌତୁହଳକର ସମାହାର । ବେଞ୍ଜାମିନ ଡିସରାଏଲି -ପ୍ରଥମ ପ୍ରେମ ଏଭଳି ଏକ ଅଜ୍ଞତା, ଯାହାର କୌଣସି ଶେଷ ନାହିଁ । ଓସ୍କାର ୱାଇଲଡ ପୁରୁଷ ସର୍ବଦା ମହିଳାଙ୍କ ପ୍ରଥମ ପ୍ରେମ ହେବାକୁ ଚାହେଁ: ଯାହା ସେମାନଙ୍କର ଏକ ଉଦ୍ଭଟ ବୃଥା ଗର୍ବ । ବ୍ରାନିସ୍ଲାଭ ନିଉଜିକ -ପ୍ରଥମ ପ୍ରେମ, ଶେଷ ପ୍ରେମ ହେଲେ ବିପଦ । ନିକୋଲାସ ସ୍ପାର୍କ-ପ୍ରଥମ ପ୍ରେମର ଅନୁଭବ, କେବେ ହେଲେ ଭୁଲି ହୁଏନା । ହେନରି ଲୁଇସ ମେକେନ-ପ୍ରତ୍ୟେକ ପୁରୁଷ ଜୀବନରେ ଦୁଇ ଥର ଆନନ୍ଦିତ ହୁଅନ୍ତି: ପ୍ରଥମ ଥର ପ୍ରଥମ ପ୍ରେମକୁ ଭେଟିବା ପରେ ଏବଂ ଦ୍ୱିତୀୟ ଥର ଶେଷ ପ୍ରେମକୁ ଭୁଲିବା ପରେ । ହୋନୋରେ ଡି ବାଲଜାକ- ପ୍ରଥମ ପ୍ରେମ ଏକ ପ୍ରତିଷେଧକ ଟିକା, ଯାହା ପୁରୁଷକୁ ଦ୍ୱିତୀୟ ଥର ଅଭିଯୁକ୍ତ ହେବାରୁ ରକ୍ଷା କରେ । କ୍ରିସଟିଆନ ନେସ୍ ଟେଲ ବୋଭି-ଆମର ପ୍ରଥମ ଓ ଶେଷ ପ୍ରେମ ହେଉଛି ଆତ୍ମ ପ୍ରେମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ