ଗାନ୍ଧି ସକଳ୍ପ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଚିକିଟି,( ଯୁଗାବ୍ଦ ନ୍ୟୁଜ୍) : ଚିକିଟି ବ୍ଲକର ନୂଆପଡା ସ୍ଥିତ ତାପସି ମଠରେ ଆଜି ଅପରାହ୍ନରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ଅଧକ୍ଷତାରେ ଗାନ୍ଧି ସଂକଳ୍ପ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗାନ୍ଧିଜୀଙ୍କ ଜୀବନୀ କୁ ଅନୁସରଣ କରି ଭାରତୀୟ ଜନତା ପାର୍ଟି ଗାନ୍ଧୀଜିଙ୍କ ନୀତି ଆଦର୍ଶକୁ ବଜାୟ ରଖିଛି ।ଅକ୍ଟୋବର ୨ ଗାନ୍ଧୀ ଜୟନ୍ତିରୁ ଡଭାର ଗ୍ରାମରୁ ପଦଯାତ୍ରା ବାହାରି ପରିକ୍ରମା କରିବେ । ପଦଯାତ୍ରାରେ ଜନସାଧାରଣଙ୍କୁ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ଉପରେ ଆଲୋକପାତ କରିବା ସହ ସ୍ୱଦେଶୀ ବସ୍ତ୍ର ପରିଧାନ କରିବାକୁୂ ଆହ୍ୱାନ ଦେବା ସହ ମଦ ମୁକ୍ତ ଭାରତ ଗଠନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏହି ଅନୁଷ୍ଠିତ ବୈଠକରେ ଏସ୍ ନାଗଭୁଷଣ ,ଭଗବାନ ପ୍ରଧାନ ,ପ୍ରଶାନ୍ତ ଜାନି ,ଭାରତର ଯୁବ ମୋର୍ଚ୍ଚାର ସଭାପତି ପ୍ରିୟ ରଂଞ୍ଜନ ,ବେହେରା ,ରେନୁ କିଶୋର ରାଓ , ଅନାଦି ସାହୁ ,ଲିଙ୍ଗରାଜ ପଣ୍ଡା, ବାବୁଲା ପ୍ରଧାନ , ଇପାରି ସୀମାଞ୍ଚଳ , ଦେବଦତ୍ତ ପଣ୍ଡା , ପ୍ରମୁଖ ଯୋଗ ଦେଇଥିଲେ ।