ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ପ୍ରତିଯୋଗୀତା
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ବାରିଗାଁ ସ୍ଥିତ ନିଶାକର ଉଚ୍ଚ ବିଦ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଢ଼େଙ୍କା ସିଆରସିସି ଅଧିନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରତିଯୋଗୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ । ବାରିଗାଁ ନିଶାକର ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ରାଉତ ଏହି ପ୍ରତିଯୋଗୀତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଢ଼େଙ୍କା ସିଆରସିସି କେଶବ ଚନ୍ଦ୍ର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ଚିତ୍ରାଙ୍କନ, ବକ୍ତୃତା, ସାଧାରଣଜ୍ଞାନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସାଧାରଣଜ୍ଞାନରେ ୨୯ଜଣ, ବକ୍ତୃତାରେ ୧୫ଜଣ ଓ ଚିତ୍ରାଙ୍କନରେ ୧୬ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସରୀତା ପ୍ରୀୟ ଦର୍ଶନୀ ନାୟକ, ପ୍ରଶାନ୍ତ କୁମାର ମହାନ୍ତି, କୁଶଧ୍ୱଜ ବେହେରା, ଭାରତୀପ୍ରଭା ମହାପାତ୍ର, ଦ୍ୱୀପାଞ୍ଜଳୀ ବାରିକ, ହରିହର ପଳତା, ବିଦ୍ୟାଧର ବେହେରା, ଗୟାଧର ସେଠୀ, ଆଲୋକ କୁମାର ନାଥ, ବିଷ୍ଣୁପଦ ପଢ଼ିଆରୀ, ପ୍ରଶାନ୍ତ କୁମାର ଗିରି, ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରତିଯୋଗୀତାକୁ ପରିଚାଳନା କରିଥିଲାବେଳେ ବାରିଗାଁ ହାଇସ୍କୁଲର ଶିକ୍ଷକ ଗୟାଧର ମଲ୍ଲିକ, ଉତ୍ତମ ଚରଣ ଦାସ, ନାରାୟଣ ଚନ୍ଦ୍ର ସେଠୀ, ଜୟନ୍ତ କୁମାର ମଣ୍ଡଳ, ଅରୁଣ କୁମାର ଦାଶ, ଦେବେନ୍ଦ୍ର ଖୁଣ୍ଟିଆ, ଗୋପାଳକୃଷ୍ଣ ପାତ୍ର, ବସନ୍ତ କୁମାର ଦାସ, ପୁର୍ଣ୍ଣଚନ୍ଦ୍ର ଜେନା, ଅଜୟ କୁମାର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


