ଗାନ୍ଧୀ ଅର୍ଥନୀତି ହିଁ ସମାଜରୁ ଦାରିଦ୍ର‌୍ୟ ଦୂର କରିପାରିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ସମାଜରରେ ଦାରିଦ୍ର‌୍ୟରୂୀପ ମହାମାରୀର ଶିକାର ହେଉଥିବା ଜନଗଣଙ୍କ ପାଇଁ ଗାନ୍ଧୀଙ୍କ ଅର୍ଥନୀତି ସମ୍ପର୍କିତ ଖାଦୀ, ଗୃହଦ୍ୟୋଗ, ସବୁରୀ ହାତରେ କାମ ଦ୍ୱାରା ସ୍ୱାବଲମ୍ବୀ ସମାଜ ନିର୍ମାଣ, ସରଳ ଜୀବନ ଯାପନ, ଉଚ୍ଚ ଚିନ୍ତା, ମଣିଷ ଓ ପ୍ରକୃତି ମଧ୍ୟରେ ସମତା ପୂର୍ବକ ସମ୍ପର୍କ, ଉପଭୋଗ ନୁହେଁ ଉପଯୋଗ, ବିଳାସ ନୁହେଁ ସଦ୍‌ବ୍ୟବହାର, ବୃହତ୍ ଶିଳ୍ପ ନୁହେଁ କ୍ଷୁଦ୍ର ଓ କୁଟୀର ଶିଳ୍ପ ପ୍ରଭୃତି ଗାନ୍ଧୀ ଅର୍ଥନୀତିର ମୌଳିକ ଦିଗ ବୋଲି ବିନୋବା ସେବା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ ସହଯୋଗରେ ଗାନ୍ଧୀ ଅର୍ଥନୀତି ମାଧ୍ୟମରେ ଓଡ଼ିଶାରେ ଆତ୍ମନିଯୁକ୍ତିର ସମ୍ଭାବନା କର୍ମଶାଳାରେ ଅତିଥିମାନେ ମତପୋଷଣ କରିଥିଲେ । ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଉପସ୍ଥିତ ଗାନ୍ଧୀପ୍ରେମୀ ଓ ଣିବିରାର୍ଥୀମାନଙ୍କୁ ଖଣ୍ଡେ ଖଦୀ ବସ୍ତ୍ର କିଣି ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ । ବିନୋବା ସେବା ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ଗାନ୍ଧୀ ଅର୍ଥନୀତିଜ୍ଞ ନିବାକର ବେଉରା ଭିତ୍ତି ନିବନ୍ଧ ଉପସ୍ଥାପନ କରି ଗାନ୍ଧୀ ଅର୍ଥନୀତି ହିଁ ସାମ୍ପ୍ରତିକ ସମାଜ ପାଇଁ ବିକଳ୍ପ ବୋଲି କହିବା ସହ ଗାନ୍ଧୀ ଅର୍ଥନୀତିର ବିଭିନ୍ନ ଦିଗ ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବରିଷ୍ଠ ସମାଜସେବୀ ଡଃ ରୀନା ରାଉତରାୟ ଗାନ୍ଧଜୀଙ୍କ ବିଚାରକୁ ଆମେ ସମସ୍ତେ ଆପଣାଇଲେ ଏକ ସୁଖି ଓ ସର୍ବୋଦୟ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ଖଦୀ ଓ ଗ୍ରାମାଦ୍ୟୋଗ ବୋର୍ଡ଼ର ସଚିବ ସରୋଜ କୁମାର ପଟେଲ ଖଦୀ ବୋର୍ଡ଼ ଦ୍ୱାରା ଲୋକାମନଙ୍କୁ ଦିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ୱାର୍ଦ୍ଧା ସେବାଗ୍ରାମ ଆଶ୍ରମର ପୂର୍ବତନ ସଚିବ ଗାନ୍ଧିବାଦୀ ବିନୋଦ ଭାଇ ଓ ଖଦୀ କାମ କରୁଥିବା ଯୁବ ଉଦ୍ୟୋଗୀ ବଳବନ୍ତ ଢାଗେ ଗାନ୍ଧୀ ଅର୍ଥନୀତିର ସଫଳ ଉଦାହରଣମାନ କହିଥିଲେ । ପ୍ରତି ଜିଲ୍ଲାରେ ଗାନ୍ଧୀ ଅର୍ଥନୀତି ଉପରେ ଆଲୋଚନା କରାଯିବା ସହ କ୍ଷୁଦ୍ର ଏବଂ କୁଟୀର ଶିଳ୍ପର ବ୍ୟାପକ ପ୍ରୟୋଗ କରାଯିବ ବୋଲି ବିନୋବା ସେବା ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା ପ୍ରସ୍ତାବ ରଖିଥିଲେ । ଏହି କାର୍ଯ୍ୟକ୍ରମ ସମ୍ପାଦନରେ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଦୀପକ ମହାନ୍ତି, ପ୍ରକାଶ ନାୟକ, ସସ୍ମିତା ପ୍ରଧାନ, କଳ୍ପତରୁ ଖୁଣ୍ଟିଆ, ରମେଶ ମହାଲିକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ