ବଲିଉଡ଼ରେ ଏଣ୍ଟ୍ରି କରିବେ ହ୍ରିତିକ୍ଙ୍କ ଭଉଣୀ ପଶ୍ମିନା
ମୁମ୍ବାଇ: ବଲିଉଡର ହାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନ୍ ଏବେ ବଲିଉଡରେ ରାଜ୍ କରୁଛନ୍ତି । ନିକଟରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ୱାର୍’ ବକ୍ସ ଅଫିସର ମସ୍ତ ରେକର୍ଡ ଭାଙ୍ଗିଦେଇଛି । କେବଳ ୱାର୍’ ନୁହେଁ ଫିଲ୍ମ “ସୁପର-୩୦’କୁ ବି ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳିଛି । କହିବାକୁ ଗଲେ ହ୍ରିତିକ୍ ଚଳିତ ବର୍ଷର ସବୁଠୁ ସଫଳ ଅଭିନେତା । ସେ ନିଜ ପ୍ରଥମ ଫିଲ୍ମ “କହାନା ପ୍ୟାର୍ ହୈ’ରେ ହିଁ ପ୍ରମାଣ କରିଦେଇଥିଲେ ଯେ ସେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ରାଜ୍ କରିବେ । ଏବେ ତାଙ୍କ ପରେ ତାଙ୍କ ଭଉଣୀ ତଥା ତାଙ୍କ କାକା ରାଜେଶ ରୋଶନଙ୍କ ଝିଅ ପଶ୍ମିନା ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ପଶ୍ମିନା ଜଣେ ଭଲ ଥିଏଟର ଆର୍ଟିଷ୍ଟ । ନିକଟରେ ହ୍ରିତିକ୍ ତାଙ୍କ ପ୍ଲେ ଦେଖିବା ପରେ ଟ୍ୱିଟରରେ ଏକ ପୋଷ୍ଟ କରି ପଶ୍ମିନାଙ୍କର ପ୍ରଶଂସା କରିଥିଲେ । ଏବଂ ତାଙ୍କ ଅଭିନୟ ଦେଖିବାକୁ ଆଉ ଅପେକ୍ଷା କରିପାରିବେ ନାହିଁ ବୋଲି କହିଥିଲେ । ତେବେ ଏଥିରୁ ଅନ୍ଦାଜ ଲଗାଯାଉଛି ଯେ ପଶ୍ମିନା ଖୁବ୍ ଶୀଘ୍ର ତାଙ୍କ ହୋମ୍ ପ୍ରଡକ୍ସନ୍ ଫିଲ୍ମରେ ନଜର ଆସିପାରନ୍ତି । ହେଲେ ତା ପୂର୍ବରୁ ତାଙ୍କୁ ବଲିଉଡ ପାଇଁ ପୂରା ପ୍ରସ୍ତୁତ କରିବାରେ ଲାଗିପଡ଼ିଲେଣି ଭାଇ ହ୍ରିତିକ୍ । ପଶ୍ମିନାଙ୍କୁ ସେ ନିଜେ ଗାଇଡ୍ କରୁଛନ୍ତି ଓ ତାଙ୍କୁ ଟ୍ରେନିଂ ମଧ୍ୟ ଦେଉଛନ୍ତି । ହ୍ରିତିକ୍ ଓ ପଶ୍ମିନାଙ୍କ ବଣ୍ଡିଂ ବେଶ୍ ଭଲ । ତେଣୁ ସେ ନିଜେ ତାଙ୍କ ଡେବ୍ୟୁ ପୂର୍ବରୁ ଗାଇଡ୍ କରିବାକୁ ଚାହାଁନ୍ତି । ହ୍ରିତିକ୍ କହିଛନ୍ତି ଯେ ପଶ୍ମିନା ଅନେକ ଟ୍ୟାଲେଣ୍ଟେଡ୍ । ତେଣୁ ଯଦି ସେ ବଲିଉଡରେ ଏଣ୍ଟ୍ରି ନିଅନ୍ତି ତେବେ ସେ ଅନ୍ୟ ଷ୍ଟାରକିଡ୍ସଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇପାରିବେ । ହ୍ରିତିକ୍ ଫିଲ୍ମ ‘ୱାର୍’ର ସଫଳତା ପରେ ଏବେ ତାଙ୍କ ଆଗାମୀ ଫିଲ୍ମ “କ୍ରିଶ୍-୪’ ପାଇଁ ବ୍ୟସ୍ତ ଅଛନ୍ତି ।


