ଗାନ୍ଧୀ କନ୍ୟା ଅନ୍ନପୂର୍ଣ୍ଣା ମହାରଣାଙ୍କ ସ୍ମରଣ ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ସେବା, ସଂଗ୍ରାମ ଓ ସୃଜନଶୀଳନତା ଆଦି ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ ଗାନ୍ଧୀ କନ୍ୟା ଅନ୍ନପୂର୍ଣ୍ଣା ମହାରଣା । ମାତ୍ର ୧୩ବର୍ଷ ବୟସରୁ ଗାନ୍ଧୀଜୀଙ୍କ ଆହ୍ୱାନରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ବହୁବାର କାରାବରଣ କରିଥିବା ଅନ୍ନପୂର୍ଣ୍ଣା ଦେବୀ ଜୀବନରେ କୈାଣସି ବିଦ୍ୟାଳୟ ବା ମହାବିଦ୍ୟାଳୟର ମାଟି ମାଡିନଥିବା ବେଳେ ସ୍ୱଧ୍ୟାୟ ବଳରେ ଦୁଇ ଡଜନରୁ ଅଧିକ ଚର୍ଚ୍ଚିତ ପୁସ୍ତକ ରଚନା କରି ଶାରଳା ପୁରସ୍କାର ପରି ବହୁ ସମ୍ମାନଜନକ ପୁରସ୍କାର ଅର୍ଜ୍ଜନ କରିଥିଲେ ବୋଲି ଅନ୍ନପୂର୍ଣ୍ଣା ମହାରଣାଙ୍କ ୯ମ ବାର୍ଷିକ ପୂଣ୍ୟତିଥି ଉପଲକ୍ଷେ ଆୟୋଜିତ ସ୍ମରଣ ସଭାରେ ଉପସ୍ଥିତ ଆଲୋଚକମାନେ ମତବ୍ୟକ୍ତ କରିଛନ୍ତି । ଅନ୍ନପୂର୍ଣ୍ଣା ମହାରଣା ସ୍ମୃତି କମିଟି ଆନୁକୂଲ୍ୟରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ସଂଗଠନର ସଭାପତି ଡଃ. ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମରଣ ସଭାରେ ଅନ୍ନପୂର୍ଣ୍ଣା ଦେବୀଙ୍କ ସୁପୁତ୍ର ଜ୍ଞାନଦେବ ମହାରଣା, ଗାନ୍ଧୀ ଶାନ୍ତି ପ୍ରତିଷ୍ଟାନର ପ୍ରାକ୍ତନ ସଭାପତି ପ୍ରହ୍ଲାଦ ସିଂ, ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ନାଇଜର ଅଧ୍ୟାପକ ହିମାଂଶୁ ଶେଖର ବିଶ୍ୱାଳ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସଂଯୋଜକ ଆଦିକନ୍ଦ ରାଉଳ ଉଦେଶ୍ୟ ଜ୍ଞାପନ ଓ ଭାଗୀରଥି ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ପ୍ରସାଦ ଜେନା, ରମଣୀରଞ୍ଜନ ରାଉତରାୟ, ନୃସିଂହ ଚରଣ ତ୍ରିପାଠୀ, ଶରତ କୁମାର ରାଉତ, ନିରଞ୍ଜନ ପରିଡା, ଅବଧୂତ ରାଉତ, ବୈଷ୍ଣବ ଚରଣ ପରିଡା, ଅଧ୍ୟାପକ ଶାରଦାକାନ୍ତ ଦାସ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ମଧୁସୂଦନ ବାରିକ, ଅମୀୟ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ କରିଥିଲେ ।