ଗାନ୍ଧୀ ଜୟନ୍ତିରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତି ଅବସରରେ ହିଂଜିଳିକାଟୁ ପୌର କାର୍ଯ୍ୟାଳୟ ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ କରାଯାଇଛି । ପୌରପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଅଗ୍ନିଶମ ବାହିନୀର ଭାରପ୍ରାପ୍ତ ଅଧିକାରୀ ଲବ ନାୟକ, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବାହ୍ନରେ ସ୍ଥାନୀୟ ପୌରାଂଚଳ ସରକାରୀ ଏଏନଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାର୍ଥୀଙ୍କ ସମେତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀା ସ୍ୱେଛାସେବକ ମାନେ ଏକ ବିରାଟ ର‌୍ୟାଲିରେ ବାହାରି ପୌରାଂଚଳର ବଡ଼ ରଙ୍ଗଣି ସାହି, ରଜା ସାହି, ଥାନା ସାହି, ସମେତ ୫୯ ନଂ ଜାତୀୟ ରାଜପଥ ବଇଁଚବଣିଆ ଛକ ସ୍ଥିତ ପୂର୍ତ ବିଭାଗ ଡ଼ାକ ବଙ୍ଗଳା ପର୍ଯ୍ୟନ୍ତ ହାତରେ ପ୍ଳା କାର୍ଡ଼, ବ୍ୟାନର ଧରି ପରିମଳ ସଚେତନତାତ୍ମକ ସ୍ଳୋଗାନ ଦେଇ ନଗର ପରିକ୍ରମା କରିବା ସହ ସାମୁହିକ ଭାବେ ସଫେଇ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ନଗର ପରିକ୍ରମା ପରେ ପୌରପରିଷଦ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ଏକ ଏକକ ବ୍ୟବାହା ଯୋଗ୍ୟ ପ୍ଳାଷ୍ଟିକ ଏବଂ ପଲିଥିନ ମୁକ୍ତ ଓଡ଼ିଶା ଗଠନ ନିମନ୍ତେ ସମୂହ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ହୋଇଥିବା ସ୍ୱଛତା ସମ୍ବନ୍ଧିତ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁରୂପ ଭାବେ ସ୍ଥାନୀୟ ପୌରାଂଚଳର ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆଁଗଡ଼ ପ୍ରାଥମିକ ବିଦ୍ୟାଳୟ, ହିଂଜିଳି ପ୍ରାଥମିକ ବିଦ୍ୟାଳୟ, ସ୍ଥାନୀୟ ବ୍ଳକ ବୁରୁପୋଡ଼ା ଭଗବତି ବିଦ୍ୟାପିଠ, ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠ, ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠ, ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟ, ବେଲଗାଁ ବେଲେଶ୍ୱର ଉଚ୍ଚ ବିଦ୍ୟାଳୟ, ଗଣ୍ଡଳା ଗଣେଶ ବିଦ୍ୟାପିଠ, ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଦୁର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟ ସମେତ ପୌରାଂଚଳ ଓ ବ୍ଳକ ଅଂଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ଗାନ୍ଧୀ ଜୟନ୍ତି ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ