ନିଆରା ମନ୍ଦିର
ସାଧାରଣତଃ କୌଣସି ମନ୍ଦିର ଗଲେ ଭକ୍ତଙ୍କୁ ପ୍ରସାଦ ଭାବେ ମିଠା ଇତ୍ୟାଦି ଦିଆଯାଏ । କିନ୍ତୁ ଏମିତି ଏକ ମନ୍ଦିର ରହିଛି ଯେଉଁଠି ପ୍ରସାଦରେ ଚପଲ ମିଳେ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହି ମନ୍ଦିରର ନାମ ଜିଜି ବାଇ ମନ୍ଦିର । ଏହା ଭୋପାଳର କୋଲାର ଜାଗାରେ ଏକ ପାହାଡ଼ରେ ରହିଛି ଯେଉଁଠି ସବୁବେଳେ ବହୁତ ଚପଲ ଜମା ହୋଇଯାଏ । ଆସୁଥିବା ଭକ୍ତଙ୍କୁ ପ୍ରସାଦ ରୂପରେ ଏହା ବଣ୍ଟାଯାଏ । ଖରାଦିନେ ଏହି ମନ୍ଦିରରେ ଦେବୀ ମା’ଙ୍କ ଭକ୍ତ ଚପଲ ସହିତ ଚଷମା, ଟୋପି ଓ ଘଣ୍ଟା ମଧ୍ୟ ଚଢ଼ାନ୍ତି ଠାକୁରଙ୍କ ପାଖରେ । ଏହି ମନ୍ଦିରର ସେବକ ଓମ୍ ପ୍ରକାଶ ମହାରାଜ ମୂର୍ତ୍ତି ସଂସ୍ଥାପନ କରିଥିଲେ । କୁହାଯାଉଛି ଯେ, ଏହି ମହାରାଜ ଜଣକ ସେତେବେଳେ ଶିବ ପାର୍ବତୀଙ୍କ ବିବାହ କରାଇଥିଲେ ଏବଂ ନିଜେ କନ୍ୟାଦାନ ମଧ୍ୟ କରାଇଥିଲେ । ସେବେଠାରୁ ମହାରାଜ ମା’ ସିଦ୍ଧିଦାତ୍ରୀଙ୍କୁ ନିଜ ଝିଅ ଭାବି ପୂଜା କରନ୍ତି ।


