ଗାନ୍ଧୀ ଜୟନ୍ତୀରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ବ୍ରହ୍ମପୁର,(ଅନିଲ କୁମାର): ଗୋସାଇଁନୂଆଗାଁ ସଦାନନ୍ଦ ବିହାର ମୁଖ୍ୟରାସ୍ତା ପାର୍ଶ୍ବ ରେ ବୁଧବାର ଗାନ୍ଧିଜୟନ୍ତୀ ଅବସର ରେ ଇତିଶ୍ରୀ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ବହୁ ରୋଗୀ ଙ୍କ ଉଚ୍ଚ ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇ ପରାମର୍ଶ ଦିଆଯାଇ ଥିଲା । ବରିଷ୍ଠ ଡକ୍ଟର କିରଣ କୁମାର ନାୟକ ଉପସ୍ଥିତ ରହି ରୋଗୀ ଙ୍କ ପରୀକ୍ଷା କରିବା ସହ ବିଭିନ୍ନ ରୋଗ ର କାରଣ ଓ ନିରାକରଣ ନେଇ ପରାମର୍ଶ ଦେଇଥିଲେ । ଏହି ଅବସର ରେ ଇତିଶ୍ରୀ ପାତ୍ର ,ରତିକାନ୍ତ ପାତ୍ର ,ମନୋରଞ୍ଜନ ପାତ୍ର ,ସୁଶ୍ରିତା ପଣ୍ଡା , ସୂଜ୍ଞାନୀ ପଣ୍ଡା, ରମାକାନ୍ତ ପାତ୍ର ସମେତ ସରସ୍ଵତୀ ମେଡ଼ିସିନ୍ ଷ୍ଟୋର ର ଅନ୍ୟାନ୍ୟ କର୍ମକର୍ତ୍ତା ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ