ଆପ୍ତିରା ୟୁଜିଏମଇ ସ୍କୁଲରେ ଗାନ୍ଧିଜୀ, ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କାଦବରାଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ଆପ୍ତିରା ୟୁଜିଏମଇ ସ୍କୁଲରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଛାତ୍ରଛାତ୍ରୀ ମାନେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଓ ସ୍ୱାଧିନତା ସଂଗ୍ରାମରେ ଉଭୟଙ୍କ ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଗୌରାଙ୍ଗ ବିଶ୍ୱାଳ, ଗୋପୀନାଥ ଦାଶ, ଶିକ୍ଷୟିତ୍ରୀ ଅନୁଜା ପଣ୍ଡା ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଏବଂ ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ନୀତିରେ ସମସ୍ତ କାର୍ଯ୍ୟ କରିବା ଓ ସ୍ୱଚ୍ଛତା ସ୍ପପ୍ନକୁ ସାକାର କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ସ୍ୱଚ୍ଛତା ପକ୍ଷର ଅନ୍ତିମ ଦିବସରେ ବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳ ପରିଷ୍କାର ଓ ପରିଚ୍ଛନ୍ନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରଭାତ ନାୟକ, କ୍ରୀଡା ଶିକ୍ଷକ ରତ୍ନାକର ଖିଲାର ସହଯୋଗ କରିଥିଲେ ।


