ଗାନ୍ଧୀ ଜୟନ୍ତୀ ଅବସରରେ ବାଘୁଆ ଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ହାଟଡିହି,(ବିକାଶ ବିଶ୍ୱାଳ): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ବାଘୁଆ ଗାଁରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତି, ସୋସୋ ଥାନା ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳ, ବାଲିବରେଇ ପଞ୍ଚାୟତର କନିଷ୍ଠଯନ୍ତ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ବନବିଭାଗ କର୍ମଚାରୀ ଅମରେନ୍ଦ୍ର କୁମାର ନାଥ, ବାଲିବରେଇ ପଞ୍ଚାୟତର ସରପଞ୍ଚ ପ୍ରତିଭା ନାୟକ, ଶତୃଘ୍ନ ପାତ୍ର, ଅନନ୍ତ ଚରଣ ରାଉତ, ପୁର୍ବତନ ସରପଞ୍ଚ ବାବାଜି ଚରଣ ମହାଳିକ, କୃତ୍ତିବାସ ସତପଥି, ଚିନ୍ତାମଣୀ ମହାନ୍ତି ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିବା ସହ ବାଘୁଆ ପଡିଆରେ ବିଭିନ୍ନ କିସମର ଚାରାରୋପଣ କରିଥିଲେ । ଏଥିରେ ନରହରି ରାଉତ, ଜୟନ୍ତ କୁମାର ରାଉତ, ବାବାଜି ଚରଣ ଲେଙ୍କା, ଭଗବାନ ରାଉତ, ଲାଲ ମୋହନ ପହି, ନାରାୟଣ ନାଇକ, ଦୀନବନ୍ଧୁ ରାଉତ, ନିରଞ୍ଜନ ନାୟକ, କୃପାସିନ୍ଧୁ ପୁହାଣ, ଇନ୍ଦ୍ରମଣି ନାୟକ, ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ରହି ନିଜେ ଗୋଟିଏ ଗୋଟିଏ ଗଛ ଲଗାଇବାର ସଂକଳ୍ପ ନେଇଥିଲେ । ଗଛ ଗୁଡିକ କିପରି ମହାଦ୍ରୁମରେ ପରିଣତ ହେବ ସେନେଇ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛର ଦାୟିତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ