ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଏବଂ ଶାସ୍ତ୍ରୀଜୀଙ୍କ ୧୧୬ ତମ ଜୟନ୍ତୀ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବାରିପଦାସ୍ଥ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ସଭାପତିତ୍ୱରେ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଏବଂ ଶାସ୍ତ୍ରୀଜୀଙ୍କ ୧୧୬ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତ୍ରୀ ପୂର୍ବତନ ସାଂସଦ ସୁଶିଳା ତିରିଆ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଦଳୀୟ କର୍ମୀ ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା । ନେତୃବୃନ୍ଦ ଯୋଗଜନ୍ମା ମହାନ ଦୁଇ ପୁରୁଷଙ୍କ ଉପରେ ସ୍ମୃତି ଚାରଣ କରିଥିଲେ । ଦେଶକୁ ସ୍ୱାଧୀନ କରିବାରେ ମହାତ୍ମା ଗାନ୍ଧୀଙ୍କ ବଳିଦାନ ଅବର୍ଣ୍ଣନୀୟ । ସମଗ୍ର ବିଶ୍ବକୁ ଅହିଂସାର ବାର୍ତ୍ତା ପହଞ୍ଚାଇବା ଅବିସ୍ମରଣୀୟ । ଶାସ୍ତ୍ରୀଜୀଙ୍କ ସଚ୍ଚୋଟତା ଓ ମହନୀୟତା ଅବର୍ଣ୍ଣନୀୟ । ଜୟ ଯବାନ ,ଜୟ କିଷାନ୍ ତାଙ୍କର ସ୍ଳୋଗାନ ନଥିଲା ତାହା ଆନ୍ତରିକତା ଥିଲା । କିନ୍ତୁ ମୋଦୀ ସରକାର ତରବରିଆ ଓ ଅଗଣତାନ୍ତ୍ରିକ ଭାବରେ କୃଷି ବିଲ୍ ପାଶ କରାଇଛୂ ଯାହାକି ସଂପୂର୍ଣ୍ଣ ଭାବେ କୃଷକ ବିରୋଧୀ ବିଲ୍ ସାରା ଭାରତର କୃଷକମାନେ ଆଜି ଆନ୍ଦୋଳନ ଜାରି ରଖିଛନ୍ତି । କଂଗ୍ରେସ ଦଳ କୃଷି ବିଲ୍ କୁ ବିରୋଧ କରିବାସହ ଆନ୍ଦୋଳନକୁ ଓହ୍ଲାଇଛି ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଜ୍ୟୋତି ପ୍ରକାଶ ରଥ, ସୁସ୍ମିତା ଘୋଷାଲ, ଅରବିନ୍ଦ ଦାସ,ଯୋଗେଶ ଅଗ୍ରୱାଲ,ବିଜୟ ସିଂ, ଅଶୋକ ଗିରି ଶାନ୍ତନୁ ପାଲ, ଇତିଶ୍ରୀ ମିଶ୍ର,ରଂଜିତାଙ୍କ ଯୋଗୀ, ସୁଦୀପ୍ତ ମନ୍ତ୍ରୀ, ରଶ୍ମିତା ମିଶ୍ର,ଶୁଭସ୍ମିତା ବେହେରା,ନିର୍ମଳ ପ୍ରଧାନ, ହରିଶଙ୍କର ଦାସ, ଦେବାଶିଷ ଅଧିକାରୀ, ବିକାଶ ସାମଲ, ଚନ୍ଦ୍ର ଶେଖର ସେଠୀ, ତୁଷାର ବେହେରା ଏବଂ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ