ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଆର୍‌.ଉଦୟଗିରି ବ୍ଲକର ୟୁ.ଜି.ଉଚ୍ଚ ବିଦ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗୋଟିଏ ସଭା ଆୟୋଜନ କରାଯାଇଥିଲା । ଏହା ସହ ସଫେଇ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ସ୍କୁଲର ଶିକ୍ଷକ ବୃନ୍ଦ ଯୋଗଦେଇଥିଲେ । ଏହା ସହ ଅକ୍ଟୋବର ୨ରୁ ଅକ୍ଟୋବର ୩୧ ଯାଏଁକୁ ଗଜପତି ଜିଲ୍ଲାରେ ପ୍ଲାଷ୍ଟିକ ମୁକ୍ତ କରିବା ଉଦ୍ଦେଶ୍ୟରେ ସଂଗ୍ରହ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା । ଏନ୍‌ୱାଇକେର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଗୁଡିକ କରାଯାଉଛି । ଏଥି ଉପଲକ୍ଷେ, ନୂଆଗଡ ବ୍ଲକର ସତ୍ୟଜ୍ୟୋତି ଯୁବକ ସଂଘ କାଶୀନଗର ବ୍ଲକର ଝାନ୍ସୀ ରାଣୀ ଯୁବକ ସଂଘ, ଆର୍‌.ଉଦୟଗିରି ବ୍ଲକର ଯୁବକ ସଂଘ, ଗୋଷାଣୀ ବ୍ଲକର ବିନାୟକ ଯୁବକ ସଂଘ, ରାୟଗଡ ବ୍ଲକର ଲୋକନାଥେଶ୍ୱର ଯୁବକ ସଂଘ ପ୍ରଭୃତି ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଗୁଡିକ କରାଯାଇଥିଲା ଏବଂ ଆଗାମୀ ଦିନ ଅକ୍ଟୋବର ମାସ ଶେଷ ଯାଏଁ ଏହି କାର୍ଯ୍ୟକ୍ରମଟି ଚାଲୁରହିବ ମନ୍ତବ୍ୟ ଦେଇଥିଲେ । ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଏବଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ