ଗାନ୍ଧୀ ଜୟନ୍ତୀ ପାଇଁ ଜିଲ୍ଲାରୁ ପବିତ୍ର ମାଟି ଓ ଜଳ ପଠାଗଲା ଭୁବନେଶ୍ୱର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧିନତା ସଂଗ୍ରାମକୁ ଓଡିଶାର ଅବଦାନ ଓ ଗାନ୍ଧୀ ବାର୍ତ୍ତାକୁ ପ୍ରାଚର ପ୍ରସାର ସହିତ ଏହି ସ୍ମୃତିକୁ ଜନମାନସରେ ଉଦ୍‌ଜୀବିତ କରି ରଖିବା ପାଇଁ ଓଡିଶା ସରକାର ରାଜ୍ୟ ବ୍ୟାପୀ ଅହିଂସା ରଥର ପରିଭ୍ରମଣ କାର୍ଯ୍ୟକ୍ରମ ଚାଲୁରଖିଛନ୍ତି । ଗତ ଅଗଷ୍ଟ ମାସ ୧୫ତାରିଖଠାରୁ ଆରମ୍ଭ ହୋଇଥିବା ଅହିଂସା ରଥ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ରାଜ୍ୟ ରାଜଧାନୀରେ ଉଦ୍‌ଯାପିତ ହେବାକୁ ଯାଉଛି । ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରାପଡାର ପ୍ରମୁଖ ସ୍ୱାଧିନତା ଓ ଐତିହ୍ୟ ପୀଠ ଧୂମାତ, ବାରିମୂଳ, ଗରାପୁର ଓ ସଲାର ମଠରୁ ପବିତ୍ର ମାଟି ଏବଂ ବିରୂପା ଓ ବ୍ରାହ୍ମଣୀ ନଦୀର ସଂଗମ ସ୍ଥଳ ଇନ୍ଦୁପୁର ବାରୁଣୀ ଘାଟରୁ ପବିତ୍ର ଜଳ ମାଟି କଳସରେ ସଂଗ୍ରହ କରାଯାଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଜୟଦେବ ଭବନଠାରେ ଆଜି ହସ୍ତାନ୍ତର କରାଯାଇଥିଲା । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ବିଭିନ୍ନ ସ୍ଥାନରୁ ମାଟି ଓ ପବିତ୍ର ଜଳ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ