ଗାରୋଇ ହାଇସ୍କୁଲରେ ପୋଷାକ ବିତରଣ ଉତ୍ସବ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ପୋଷାକ ବିତରଣ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା, ସମ୍ମାନିତ ଅତିଥି ଭାବେ ସରପଂଚ ସନ୍ଧ୍ୟାରାଣୀ ବେହେରା, ମୁଖ୍ୟବକ୍ତା ଭାବେ ପ୍ରାଣକୃଷ୍ଣ ଉ.ପ୍ରା ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ପ୍ରତ୍ୟୁଷ ପରିଡା, ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଲକ୍ଷ୍ୟ ସାଧନରେ ବ୍ରତୀ ରହିବାକୁ ପରାମର୍ଶ ଦେବା ସହିତ ପିଲାମାନଙ୍କୁ ପୋଷାକ ବିତରଣ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଦାଶିବ ସାହୁ, ସଭ୍ୟ ପ୍ରଶାନ୍ତ କୁମାର ବିଶ୍ୱାଳ, ବିଦ୍ୟାଳୟ କର୍ମଚାରୀ ବୁଲାକୀ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କ୍ରିଡା ଶିକ୍ଷକ ପବିତ୍ର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ପ୍ରଦିପ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


