ସ୍ଵଛତା ପକ୍ଷ ପାଳିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନଗୁଆଁ ପଞ୍ଚାୟତ ହେଲପୁର ଠାରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ପଞ୍ଚାୟତ ଏମବିକେ ମନ୍ଦାକିନୀ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁହାସିନୀ ସାମଲ, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ଶିକ୍ଷକ ହୃଦାନନ୍ଦ ଦତ୍ତ, ବୀଣାପାଣି ଦତ୍ତ ପ୍ରମୁଖ ଯୋଗଦେଇ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଗ୍ରାମ ସମେତ ହେଲପୁର ବିଦ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା। ସିଆରପି ମାନସୀ ମହାପାତ୍ର, ସବିତା ନାୟକ, ଦେବଯାନୀ ଦାସ, ଉଷାରାଣୀ ମହାନ୍ତି, ଅର୍ଣ୍ଣପୂର୍ଣା ଦତ୍ତ, ଲିଲିଲତା ବେହେରାଙ୍କ ସମେତ ସାତଗୋଟି ଏସଏଚଜି ମହିଳା ମାନେ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସ୍ୱଚ୍ଛତା ନେଇ ସଙ୍ଗୀତ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ