ଗାୟକ ଚିନ୍ତାମଣୀ ସାହୁଙ୍କ ସ୍ମୃତିସଭାଙ୍କ ସ୍ମୃତିସଭା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବାଲିବରେଇ ଗ୍ରାମର ସୁନାମଧନ୍ୟ ପାଲା ଗାୟକ ତଥା ସାହିତ୍ୟିକ ଚିନ୍ତାମଣୀ ସାହୁଙ୍କ ଏକଦଶାହ ଅବସରରେ ପାଲାକାର ସଂଘ ପକ୍ଷରୁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଅଧିକାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମା ତାରିଣୀ ପାଲାକାର ସଂଘ କେନ୍ଦୁଝରର ସଭାପତି ଡକ୍ଟର ଧିରେନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଲା ସଂସ୍କୃତିକୁ ବଜାୟ ରଖିବାରେ ସ୍ୱର୍ଗତ ଚିନ୍ତାମଣୀଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଚିନ୍ତାମଣୀ ସାହୁ ୧୯୫୫ ମସିହାରୁ ୨୧ବର୍ଷ ବୟସରୁ ପାଲା ପରିବେଷଣ କରିବାସହ ୨୫ଗୋଟି ଛନ୍ଦକାବ୍ୟ, ଚଉପଦୀ ଭଜନର ପାଣ୍ଡୁଲିପି ଲେଖିଥିଲେ । ତାଙ୍କ ଦ୍ୱାରା ରଚିତ ‘ପ୍ରେମପୁଷ୍ପ’ ଓ ‘ସତ୍ୟନାରାୟଣ ପାଲା’ ପୁସ୍ତକକୁ ଆଜି ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ସ୍ମୃତିସଭାରେ ଦିବାକର ବାରିକ, ବିଦ୍ୟାଧର କବି, ଉପେନ୍ଦ୍ର ନାଥ ମିଶ୍ର, ଅନନ୍ତ ନାରାୟଣ ପଣ୍ଡା, ସଦାଶିବ ବାରିକ, କୁମୁଦୁନୀ ପଣ୍ଡା, ଜଗନ୍ନାଥ ପଣ୍ଡା, ବିପିନି ବିହାରୀ ପାତ୍ର, ପ୍ରମୋଦ ପଟ୍ଟନାୟକ, କାର୍ତ୍ତିକେଶ୍ୱର ଜେନା, ସୁରେନ୍ଦ୍ର ସା, ତପୋଧନ ଆୟଚ, ରମାକାନ୍ତ ସାମଲ, କିଶୋର ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଚିନ୍ତାମଣୀଙ୍କ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ