ଶିକ୍ଷାବିତ ଉଦୟନାଥ ସ୍ୱାଇଁଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ସ୍ୱାଇଁଙ୍କ ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ପରଲୋକ ଖବରପାଇ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସଞ୍ଜୟ କୁମାର ସ୍ୱାଇଁ, ସୁଦାମ ଚରଣ ବିଶ୍ୱାଳ, ରବିନ୍ଦ୍ର କୁମାର ଜେନା, ରତ୍ନାକର ସାହୁ, ମହେନ୍ଦ୍ର କୁମାର ଜେନା, ଅନାଦି ଚରଣ ବିଶ୍ୱାଳ, ପଦ୍ମନାଭ ପାତ୍ର, ପଦ୍ୟୁମ୍ନ କୁମାର ନାୟକ, ଅନନ୍ତ ଚରଣ ପହି, ଲକ୍ଷ୍ମୀଧର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷଦର୍ଶନ କରିଥିଲେ । ସେ ଜମ୍ଭୀରା, ମିଠିଗାଁ, ପଢ଼ିଆରିପଲ୍ଲୀ, ଗୋପ, ଗୋପାଳପୁର ପ୍ରଭୃତି ସ୍କୁଲରେ ଶିକ୍ଷକତା କରି ୧୯୯୫ରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ପରେ ସେ ଶାସଙ୍ଗ ଗ୍ରାମର ସମସ୍ତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିବାବେଳେ ମା ମଙ୍ଗଳାଙ୍କ ଜଣେ ପରମଭକ୍ତ ଥିଲେ । ସେ ଛେନାପଦିଛକ ମା ବିଶ୍ୱତାରିଣୀ ମନ୍ଦିର ପରିଚାଳନା କମିଟିର ମଧ୍ୟ ସକ୍ରୀୟ ସଭ୍ୟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପରଲୋକରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ଆଜିସକାଳୁ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ନିଜ ବାଡିରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ଦୁର୍ଗା ପ୍ରସାଦ ସ୍ୱାଇଁ ମୁଖାଗ୍ନି ଦେଇଥିବାବେଳେ ସାନପୁଅ ରୁଦ୍ରପ୍ରସାଦ ସ୍ୱାଇଁ, ପୁତୁରା ବାଳକୃଷ୍ଣ ସ୍ୱାଇଁ, ଫକିର ମୋହନ ସ୍ୱାଇଁ, କଳ୍ପତରୁ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ପ୍ରଭାତ ସ୍ୱାଇଁ, ନରହରି କୁଅଁର, ଦେବେନ୍ଦ୍ର କୁଅଁର, ମଙ୍ଗୁଳି ବେହେରା, ସୁବଳ ଜେନାଙ୍କ ସମେତ ଅନେକ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ