ଗାୟତ୍ରୀ ପରିବାର ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ ): ସମାଜର ହିତ ସାଧନା ସକାଶେ ବିଭିନ୍ନ ସମୟରେ ଗାୟତ୍ରୀ ପରିବାର ତରଫରୁ ବହୁ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମଙ୍ଗଳବାର ଗାୟତ୍ରୀ ପରିବାର କଞ୍ଚୁରୁ ଶାଖା ତରଫରୁ ବରିଷ୍ଟ ସଦସ୍ୟ ଗୈାତମ କୁମାର ବାଡତ୍ୟାଙ୍କ ତତ୍ବାବଧାନରେ ଗାୟତ୍ରୀ ପରିବାରର ପରିଜନ ସ୍ଥାନୀୟ ବ୍ଳକ କଞ୍ଚୁରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ସଫା କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଇ.ଜଗନ୍ନାଥ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଗାୟତ୍ରୀ ପରିବାର ତରଫରୁ ବୃକ୍ଷରୋପଣ, ମଦ ମୁକ୍ତି, ଗୋ ସମ୍ପଦର ସୁରକ୍ଷା, ବାଲ୍ୟ ବିବାହ ନିଷେଧ ଭଳି ବହୁ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଗାୟତ୍ରୀ ପରିବାର ତରଫରୁ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ରାଜେନ୍ଦ୍ର ସାହୁ, ତୁମ୍ବନାଥ ସାହୁ, ସନ୍ତୋଷ ସାହୁ, ନବୀନ ଚନ୍ଦ୍ର ସାହୁ, ଶୋଭା ସାହୁ, ଶାନ୍ତିଲତା ସାହୁ,ଝୁନୁ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ