ଗିରଫ ହେଲେ ଅଭିନେତା ଅରମାନ କୋହଲୀ
ମୁମ୍ବାଇ, ମୁମ୍ବାଇର ଏକ ବିଶେଷ ଅଦାଲତରେ ମାଦକ ପଦାର୍ଥ ମାମଲାରେ ଗିରଫ ହୋଇଥିବା ଫିଲ୍ମ ଅଭିନେତା ଅରମାନ କୋହଲୀଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନ୍ସିବି)ର ଗୋଟିଏ ଦିନ ହେପାଜତରେ ପଠାଇଦେଇଛନ୍ତି । ଏନ୍ସିବିର ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ ରବିବାର ଦିନ ସାମ୍ବାଦିକଙ୍କୁ କହିଛନ୍ତି ଯେ ଅରମାନ କୋହଲୀଙ୍କୁ ଆଜି ସକାଳେ ଗିରଫ କରି ବିଶେଷ କୋର୍ଟରେ ହାଜିର କରାଯାଇଥିଲା । କୋର୍ଟ ଅରମାନ କୋହଲୀଙ୍କୁ ଗୋଟିଏ ଦିନ ପାଇଁ ଏନ୍ସିବିର ହେପାଜତରେ ପଠାଇବାର ଆଦେଶ ଦେଇଛନ୍ତି । ଅରମାନ କୋହଲୀ ନିଶା ପଦାର୍ଥର ଅନ୍ତରାଷ୍ଟ୍ରୀୟ ସ୍ତରରେ ହେବାକୁଥିବା ଚାଲାଣ ବିଷୟରେ ପଚରାଉଚୁରା କରାଯାଉଛି ।
ଅମୀର ୱାନଖେଡେ କହିଛନ୍ତି ଯେ ଶନିବାର ଦିନ ବରଲୀ ଅଂଚଳରେ ଅଜୟ ରାଜୁ ସିଂହ ନାମକ ଡ୍ରଗ ପେଡଲରକୁ ଗିରଫ କରାଯାଇଥିଲା । ସେ ଅରମାନ କୋହଲୀଙ୍କ ନାମ କୁହାଯାଇଥିଲା । ଏହାପରେ ଶନିବାର ଦିନ ଏନ୍ସିବି ଅରମାନ କୋହଲୀଙ୍କ ଅନ୍ଧେରୀ ସ୍ଥିତ ଘରେ ଛାପା ମରାଯାଇଥିଲା ଏବଂ ତାଙ୍କ ଘରୁ ଦକ୍ଷିଣ ଉପ୍ରିକ ମାଦକଦ୍ରବ୍ୟ ଜବତ କରାଯାଇଥିଲା ।


