ଗିରଫ  ୩ ଅଭିଯୁକ୍ତ ଜେଲଗଲେ ବୋମା, ମାରଣାସ୍ତ୍ର , ବାଇକ ଜବତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ଶୁକ୍ରବାର ବନ୍ଥପଲ୍ଲୀ ଗ୍ରାମ ମଠ ସାହିର କୁରୁ ଓରଫ କୁରୁପତି ଭୁଁୟା, ଚାଞ୍ଚଡାପଲ୍ଲୀ ଗ୍ରାମର ତୋଫାନ ଗୌଡ଼, ବରପଲ୍ଲୀ ଗ୍ରାମର ସଂଗ୍ରାମ କେଶରୀ ଭୂୟାଁ ଙ୍କୁ ଥାନା ମାମଲା ନଂ.୩୯୧/୨୨ ଦଫା – ୩୯୯/୪୦୨ ଆଇ ପି ସି ଏବଂ ଅସ୍ତ୍ର ଶସ୍ତ୍ର ନିୟନ୍ତ୍ରଣ ଆଇନର ଧାରା – ୨୭ , ବିସ୍ଫୋରକ ନିୟନ୍ତ୍ରଣ ଆଇନର ଧାରା – ୪ ଓ ୫ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ପୋଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ୩ ଟି ବୋମା, ୨ ଟି ଛୁରୀ,୧ ଖଣ୍ଡା,୩ ଟି ମୁଖା,୩ ଟି ଖାଲି ମଦ ବୋତଲ ଏବଂ ଟର୍ଚ ଲାଇଟ୍ ଜବତ କରିଛନ୍ତି। ଦିଗପହଣ୍ଡି –  ଘୋଡାହାଡ଼ ଡ଼୍ୟାମ ରାସ୍ତା କଇଠଖଣ୍ଡି ଗ୍ରାମ ନିକଟ  ଯାତ୍ରୀ ବିଶ୍ରାମାଗାର ପାର୍ଶ୍ବରେ ଗୁରୁବାର  ରାତି ପ୍ରାୟ ୨ ଟା ରେ ଅଭିଯୁକ୍ତ ମାନେ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ି ମୋଟର କୁ ଅଟକାଇ ଡକାୟତି  ପାଇଁ ଯୋଜନା କରୁଥିବା ପୋଲିସ କୁ ସୂଚନା ମିଳିଥିଲା। ଥାନା ଆଇ ଆଇ ସି ଦିପ୍ତୀରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ରାତ୍ରି କାଳୀନ ପାଟ୍ରୋଲିଂ କରୁଥିବା ଏସ୍ ଆଇ ଗୈାତମ ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ  ଯାତ୍ରୀ ବିଶ୍ରାମାଗାର ନିକଟରେ ପହଞ୍ଚି ଚାରିପଟେ ଘେରି ଯାଇଥିଲେ।ସେଠାରେ ୫ ଜଣ  ଯୁବକ ମଦ୍ୟପାନ କରୁଥିବା ଦେଖିଥିଲେ।ସେମାନେ ହାତରେ ମାରଣାସ୍ତ୍ର ଧରି ଥଲେ।  ପରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୩ ଜଣ ଙ୍କୁ  କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ଧାର ରାତିର ସୁଯୋଗ ନେଇ ୨ ଜଣ ଘଟଣାସ୍ଥଳରୁ ଖସି ପଳାଇଥିଲେ । ପୋଲିସ ଗିରଫ ଅଭିଯୁକ୍ତ ଙ୍କୁ ପଚରା ଉଚରା କରିବା ପରେ ଫେରାର ଥିବା ୨ ଅଭିଯୁକ୍ତ ଙ୍କ ପରିଚୟ ମିଳିପାରିଛି।ଖୁବଶିଘ୍ର ଉଭୟ ଙ୍କୁ ଗିରଫ କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ବଳଭଦ୍ର ଗଣ୍ଡ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ