ଗୀତରେ ସଚେତନତା ବାର୍ତ୍ତା ଦେଲେ ସୁରଭି ପ୍ରତିଭାଧାରୀ

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍‌) :  ପ୍ରତ୍ୟେକ ପିଲା ମଧ୍ୟରେ କିଚ୍ଥି ନା କିଚ୍ଥି ପ୍ରତିଭା ରହିଥାଏ ।  ତାହାର ଊପଯୁକ୍ତ ପରିପ୍ରକାଶ ପାଇଁ କେବଳ ଟିକେ ସହାୟକ ହେବାଭଳି ପରିବେଶ ମିଳିଲେ ପ୍ରତିଭା ଶିଖର ଚ୍ଥୁଏଁ ।  ୨୦୧୯  ମସିହାର ସୁରଭିର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦୀନେଶ କୁମାର ମଲ୍ଲିକ ଘୋଷଣା କରିଥିଲେ ଯେ, ସୁରଭି କାର୍ଯ୍ୟକ୍ରମର ବରିଷ୍ଠ ଓ କନିଷ୍ଠ ସଂଗୀତ ପ୍ରତିଯୋଗିତାରେ ଯେଊଁ କଣ୍ଠଶିଳ୍ପୀ ମାନେ ପ୍ରଥମ ହେବେ ସେମାନଙ୍କୁ ନେଇ ସେ ଏକ ଗୀତ ରେକର୍ଡ କରାଇବେ ।  ତାହାହିଁ ଶ୍ରୀ ମଲ୍ଲିକ କରି ଦେଖାଇଚ୍ଥନ୍ତି ।  କଟକ ସ୍ଥିତ ବି.ଏମ୍‌. ଷ୍ଟୁଡିଓରେ ସୁରଭି କାର୍ଯ୍ୟକ୍ରମରେ ବରିଷ୍ଠ ବର୍ଗର ସଂଗୀତରେ ପ୍ରଥମ ହୋଇଥିବା ଦଶରଥପୁର ବ୍ଳ୍‌କ ମହତାବ ଊଚ୍ଚ ବିଦ୍ୟାଳୟ, ମଙ୍ଗଳପୁରର ଚ୍ଥାତ୍ରୀ ସ୍ୱପ୍ନାରାଣୀ ମଲ୍ଲିକ ଓ କନିଷ୍ଠ ବର୍ଗରେ ପ୍ରଥମ ହୋଇଥିବା ଦଶରଥପୁର ବ୍ଳ୍‌କ ରାମବାଗ ଊଚ୍ଚ ବିଦ୍ୟାଳୟର ଚ୍ଥାତ୍ରୀ ସ୍ମୃତି ଆଚାର୍ଯ୍ୟଙ୍କ ସହ ସାଇଶ୍ରୀ ପୃଷ୍ଟି, ସୋନାଲୀ ସାମଲ, ରୂପାଲି ସାହୁ, ସତ୍ୟମ ମଲ୍ଲିକଙ୍କୁ ନେଇ ଶ୍ରୀ ମଲ୍ଲିକ ଏକ ଗୀତ ରେକର୍ଡିଂ କରାଇଚ୍ଥନ୍ତି ।  ଘର ବାହାର ଚାରିପାଖର ରଖିବା ପରିଷ୍କାର ନାମରେ ଏହି ସଚେତନତା ଗୀତଟିକୁ ଲୋକ ସଂପର୍କ ଅଧିକାରୀ ତଥା ଗୀତିକାର ସନ୍ତୋଷ କୁମାର ସେଠୀ ଲେଖିଚ୍ଥନ୍ତି ।  ଏଥିରେ ପରିବେଶ ସ୍ୱଚ୍ଚ୍ଥତା ଓ ସୁରକ୍ଷା, ବୃକ୍ଷ ରୋପଣ, ହାତ  ଧୋଇବା ତଟକା ଖାଦ୍ୟ ଖାଇବା, ମଶାରୀ ବ୍ୟବହାର କରିବା ଇତ୍ୟାଦି ସଂପର୍କରେ ସଚେତନତା ବାର୍ତ୍ତା ଦିଆଯାଇଚ୍ଥି ।  ଗୀତଟିକୁ ମଧ୍ୟ ପିଲାଙ୍କ ସହ ବିଶିଷ୍ଟ କଣ୍ଠ ଶିଳ୍ପୀ କୁମାର ଦିଲୀପ, ସୁଧାକର ମିଶ୍ର ଓ ଅରୁପମା ନାୟକ କଣ୍ଠଦାନ କରିଚ୍ଥନ୍ତି ।  ଗୀତଟିକୁ ଅତି ସୁନ୍ଦର ଭାବେ ସଂଗୀତ ନିର୍ଦ୍ଦେଶକ  ଦୀନେଶ ମଲ୍ଲିକ ସ୍ୱର ସଂଯୋଜନା କରିଚ୍ଥନ୍ତି ।  ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ପିଲା ମାନଙ୍କର ଏହି ପ୍ରତିଭା ପାଇଁ ସେମାନଙ୍କୁ ଶୁଭେଚ୍ଚ୍ଥା ଓ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି ।  ଶୁଭମ ମ୍ୟୁଜିକ ପକ୍ଷରୁ ଏହାର ମ୍ୟୁଜିକ ୟୁ ଟୁବରେ ଊପଲବ୍ଧ କରାଯାଇଚ୍ଥି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ