‘ଗୀତାଞ୍ଜଳି’ର ୧୫ଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ଗୀତାଞ୍ଜଳି’ର ପଞ୍ଚଦଶତମ ସାଂସ୍କୃତିକ ବାର୍ଷିକ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଲକୋ ମହିଳା ସମିତିର ସଭାପତି ସସ୍ମିତା ପାତ୍ର, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ, ସଭାପତି ଡ. ସୁଭାଷ ଚନ୍ଦ୍ର ମୁଖାର୍ଜୀ, ସାଧାରଣ ସମ୍ପାଦକ ତପନ କୁମାର ରାହା ପ୍ରମୁଖ ଯୋଗଦେବା ସହିତ ସାମାଜିକ ଅନୁଷ୍ଠାନ ‘ଗୀତାଞ୍ଜଳି’ର ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହିତ କରିଆସିଥିବା ସହିତ ରବୀନ୍ଦ୍ର ନାଥ ଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନୀରବଚ୍ଛିନ୍ନ ଭାବେ ବିଭିନ୍ନ କାର୍ଯ୍ୟ କରିଆସିଛି । ଏହା ସହିତ ‘ଗୀତାଞ୍ଜଳି’ ପକ୍ଷରୁ ସାଂସ୍କୃତିକ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ସମାଜକୁ ଭାଇଚାରାର ଏକ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଗୀତାଞ୍ଜଳି ସାଂସ୍କୃତିକ ସମ୍ମାନ -୨୦୨୨ ଡ. ସଜଲେନ୍ଦୁ ମାଲକାର ଓ ଗୀତାଞ୍ଜଳି ପକ୍ଷରୁ ଶ୍ରୀମତୀ ସସ୍ମିତା ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏହି ବେଙ୍ଗଲୀ ସଙ୍ଗୀତ ସନ୍ଧ୍ୟାରେ ବହୁ ଉଚ୍ଚକୋଟିର କଳାକାର ଯୋଗଦେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ