ଗୀତା ଜୟନ୍ତୀ ଉତ୍ସବ ପାଳନ
ବ୍ରହ୍ମପୁର,(ଯୁଗାଦ୍ଦନ୍ୟୁଜ)- ମଙ୍ଗଳବାର ବିଜିପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରସରରେ ଗୀତା ଜୟନ୍ତୀ ଉତ୍ସବ ପାଳନ କରାଯାଇଛି ।ମଙ୍ଗଳବାର ଆରତୀ ପରେ ଭକ୍ତ ମାନଙ୍କ ଦ୍ୱାରା ଗୀତୀ ୧୮ ଅଧ୍ୟାୟ ପାଠ କରାଯାଇଥିଲା ।ଏବଂ ଭକ୍ତ ମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ ପରେ ମହାମନ୍ତ୍ର ପରେ ୧୦୮ ତୁଳସୀ ଅର୍ପଣ ଓ ଆଳତୀ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉମାଶଙ୍କର ଦାସ,ପ୍ରମୋଦ ଦାସ,ସହଦେବ ପାତ୍ର,ମାଧବ ଜେନା,ପର୍ଶୁରାମ ମହାରଣା ଙ୍କ ସମେତ ବହୁ ଯୋଗଦେଇଥିଲେ ।