ଗୀତା ହୋମ ଯଜ୍ଞ ଅନୁଷ୍ଠିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତ ରାଢୋ ଠାରେ ପାଞ୍ଚ ଦିନ ବ୍ୟାପୀ ହରିବଂଶ ସହିତ ଗୀତା ହୋମ ଯଜ୍ଞ ଆଜି ଅନୁଷ୍ଠିତ ହୋଇଯାଇଛି । ପୂଜକ ଶଙ୍କର୍ଷଣ ତ୍ରିପାଠୀ ହରିବଂଶ ପାଇଁ ୫ଦିନ ଧରି ପୂଜାର୍ଚ୍ଚନା କରିଥିବା ବେଳେ ଏଥିରେ ସଂକଳ୍ପ କର୍ତ୍ତା ଭାବେ ମାୟାଧର ଲେଙ୍କା ଓ ତିଳୋତ୍ତମା ଲେଙ୍କା ଦାୟିତ୍ୱ ତୁଲାଇଥିଲେ । ହରିବଂଶ ଶ୍ରବଣ ପାଇଁ ଅନେକ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇଥିଲେ । ଉଦଯାପନୀ ଉତ୍ସବ ରେ ଗୀତା  ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସଂକଳ୍ପ କର୍ତ୍ତା ଭାବେ ଜୟୀରାମ ଲେଙ୍କା ଓ ବଉଳ ଲେଙ୍କା ଦାୟିତ୍ୱ ତୁଲାଇଥିଲେ। ପୂଜକ ବିଜୟ ତ୍ରିପାଠୀଙ୍କ ଦ୍ୱାରା ସୂର୍ଯ୍ୟ ପୂଜା, ଗୋ ପୂଜା, ବାସୁଦେବ ଉପଚାର ପୂଜା, ଗୀତା ଆହୂତି, ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ମାନସ ଲେଙ୍କା, ଜଗନ୍ନାଥ ଲେଙ୍କା, ଅରୁଣ ଲେଙ୍କା, ଅସିତ ଲେଙ୍କା, ଦୁର୍ଯ୍ୟୋଧନ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ