ଗୀତି କବିତା ସଙ୍କଳନ “ଅତୀତାୟନ” ଲୋକାର୍ପିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ସ୍ଥାନୀୟ ଲିଟିଲ୍ ଫ୍ଲାୱାର୍ ସ୍କୁଲର ସମ୍ମିଳନୀ କକ୍ଷରେ ବହଳଦା ବ୍ଳକ୍ ମଲ୍ଲିକେଡମ୍ ଗ୍ରାମରେ ଜନ୍ମିତ, ରାଇରଙ୍ଗପୁର ହାଇସ୍କୁଲର ପୁରାତନ ଛାତ୍ର,ଗୀତିକବି ତଥା ପୂର୍ବତନ ଟେଲିକମ୍ ଡିଜିଏମ୍ ଇଂ ରାଧାଶ୍ଯାମ ପାତ୍ରଙ୍କ ରଚିତ ଗୀତି କବିତା ସଙ୍କଳନ “ଅତୀତାୟନ”ର ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ସାରସ୍ବତ ସାଧକ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନା ରେ ଆୟୋଜିତ ଏହି ଉତ୍ସବରେ ଏଲ୍ ଏଫ୍ ଏସ୍ ରଅଧ୍ୟକ୍ଷ ଦେବବ୍ରତ ଦାସ ସଭାପତିତ୍ବ କରିଥିଲେ ।ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ, ବରେଣ୍ଯ ଅତିଥି ଭାବେ ୟୁଜେଏର ପୂର୍ବତନ ସଭାପତି ତଥା ପରିକ୍ରମା ର ଆବାହକ ବରିଷ୍ଠ ସାମ୍ବାଦିକ ମନୋଜ ଦାସ ,ମୂଖ୍ୟ ବକ୍ତା ଓ ସମୀକ୍ଷକ ଭାବେ ଆଧୁନିକ ଓଡିଆ ସାହିତ୍ୟର ଗବେଷକ- ସମାଲୋଚକ ବରିଷ୍ଠ ପ୍ରାଧ୍ୟାପକ ଡଃ ଜଗତବନ୍ଧୁ ଆଚାର୍ଯ୍ୟ ,ସମୀକ୍ଷକ ଭାବେ ବରିଷ୍ଠ ପ୍ରାଧ୍ୟାପକ ବାଇଧର ସେଠୀ ଓ ଅଧ୍ଯାପକ ଡଃ ଦିଗମ୍ବର ଗିରି ମିଳିତ ଭାବେ “ଅତୀତାୟନ”ର ଲୋକାର୍ପଣ କରି ଗୀତିକବି ଇଂ ପାତ୍ରଙ୍କ ଅନ୍ତର୍ନିହିତ ସୃଜନଶୀଳ ପ୍ରତିଭା ସମ୍ପର୍କରେ ବିଶେଷ ଆଲୋଚନା ପୂର୍ବକ ଓଡିଆ ସାହିତ୍ୟ ଭଣ୍ଡାରକୁ “ଅତୀତାୟନ” ସମୃଦ୍ଧ କରିବ ବୋଲି ମତବ୍ଯକ୍ତ କରିଥିଲେ ।ଅତୀତାୟନର ପ୍ରକାଶକ ଓ ଆୟୋଜକ କାଳିପ୍ରସନ୍ନ ମହାନ୍ତିଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଆୟୋଜିତ ବର୍ଣ୍ଣାଢ୍ଯ ଲୋକାର୍ପଣ ଉତ୍ସବରେ ଇଂ ପାତ୍ର ନିଜ ସହଧର୍ମିଣୀ ସର ପାତ୍ରଙ୍କ ସହଉପସ୍ଥିତି ରହି ଅତୀତ ଶଦ୍ଦ ଓ ଭାବକୁ ନେଇ ରଚନା କରିଥିବା କବିତା ସଙ୍କଳନ ସୃଷ୍ଟିରେ ତାଙ୍କର ସ୍ମୃତି ଅନୁଭୂତି ବର୍ଣ୍ଣନା କରି ମଞ୍ଚାସୀନ ଅତିଥି,ପ୍ରକାଶକ, ଆୟୋଜକ ଏବଂ ଉପସ୍ଥିତ ସାହିତ୍ୟ ପ୍ରେମୀ ମାନଙ୍କୁ ସାଧୁବାଦ ଅର୍ପଣ କରିଥିଲେ ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକ, ସାହିତ୍ୟିକ ତିମିର ରଞ୍ଜନ ପଣ୍ଡା,ଅଧ୍ଯାପିକା ତନ୍ମୁୟୀ ରଥ ଏବଂ ଶ୍ରୀମତୀ ସର ପାତ୍ର ମଧ୍ୟ ସାରସ୍ବତ ସ୍ରଷ୍ଟା ଇଂ ପାତ୍ରଙ୍କ ପ୍ରଚଣ୍ଡ ପ୍ରତିଭା ଏବଂ ଅତୀତାୟନ ସମ୍ପର୍କରେଆଲୋଚନା କରିଥିଲେ ।ଗୁରୁ ସୁବାଷ ପାତ୍ରଙ୍କ ନିର୍ଦ୍ଦେଶନା ରେ ଶିକ୍ଷିକା ସୀମା କୈଲିୟାର ଏବଂ ନରେନ୍ଦ୍ର ସି ସୁଲଳିତ କଣ୍ଠରେ ଅତୀତାୟନ ପୁସ୍ତକର କେତେକ ମନଛୁଆଁ ଗୀତ ପରିବେଷଣ କରି ଦର୍ଶକ ମାନଙ୍କର ମନମୋହିଥିଲେ ।ଭୁବନେଶ୍ବରରୁ ପ୍ରଧ୍ଯାପକ ରମେଶ ଦାସ ଭର୍ଚୁଆଲ ମୋଡ୍ ରେ କାର୍ଯ୍ୟକ୍ରମରେ ଯୋଗଦେଇ ଅତୀତାୟନର ଭୂୟସୀ ପ୍ରଶଂସା କରିଥିଲେ ।ଲୋକାର୍ପଣ ଉତ୍ସବରେ ଶ୍ରୀମତୀ ଆରତୀ ମହାନ୍ତି,ସଟ୍ଟିକାନ୍ତ କର, ପୁଷ୍ପଲତା ମହାନ୍ତି,ଅତନୁ ମହାନ୍ତି,ପ୍ରଦୀପ୍ତ କୁମାରମହାନ୍ତି,ଦୁଷ୍ମନ୍ତବସା,ପ୍ରଦୀପ୍ତ କବି ,ଦିଲ୍ଲୀପ କୁମାର ମହାନ୍ତି,,ସୁଧୀର ବସା,ରାଜଶ୍ରୀ ଦାସ,ରାଜ ପାତ୍ର,ସୂର୍ଯ୍ୟ କାନ୍ତ ଘଣା,ଦିନେଶ ବେହେରା,ମାନସ ରଞ୍ଜନ ପରିଡା ,ସୁଶାନ୍ତ କୁମାର ପରୀକ୍ଷା ଙ୍କ ସମେତ ରାଇରଙ୍ଗପୁର ସହର , ବାମନଘାଟି ଉପଖଣ୍ଡ ଓ ମୟୂରଭଞ୍ଜ ବିଭିନ୍ନ ଅଞ୍ଚଳରୁ ଅନେକ ସାହିତ୍ୟ ଅନୁରାଗୀ ବ୍ଯକ୍ତି ଯୋଗଦେଇ ପୁସ୍ତକର ଉପାଦେୟ ଆଲୋଚନାକୁ ଉପଭୋଗ କରିଥିଲେ ।ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦର ଏବଂ ଏଲ୍ ଏଫ୍ ଏସ୍ ପରିବାର ର ସଦସ୍ୟ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।ଶେଷରେ ଅଧ୍ୟାପକ ବିଜୟ କୁମାର ରାମ ଧନ୍ଯବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ