ରାଜ୍ୟ କାର୍ଯ୍ୟାଳୟ ଟିମ୍ ଦ୍ୱାରା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
କୋଦଳା,(ଓ୍ବାଇଏନ୍ଏସ୍): ଗୁରୁବାର ଦିନ ରାଜ୍ୟ କାୟକଳ୍ପ ଟିମ୍ ପହଞ୍ଚି କୋଦଳା ସ୍ଥିତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭନ୍ନ ସ୍ଥାନ ବୁଲି ଦେଖିଛନ୍ତି। ଯେପରିକି ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା,ଆଉଟଡୋର,ଇନଡୋର,ରୋଗୀଙ୍କ କୋଠରୀ, ଅପରେସନ କକ୍ଷ ସହ ସମସ୍ତ ମେଡିକାଲ କାଗଜପତ୍ର ଆଦି। ଏତତ ବ୍ୟତୀତ ରୋଗୀକୁ ସ୍ୱାସ୍ଥ୍ୟସେବା କିପରି ମିଳୁଛି ତାହାର ତଦାରଖ କରିବାପରେ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ୟାନ ବୁଲି ଦେଖିଥିଲେ ଓ ପରିସରରେ ସ୍ଵଛତା ଦେଖି ଖୁସି ମଧ୍ୟ ହୋଇଥିଲେ। ଏହି କରୋନା ସମୟରେ ଯେଉଁମାନେ ସ୍ବାସ୍ଥ୍ୟ କେନ୍ଦ୍ର ପରିସର କୁ ଆସୁଛନ୍ତି କିଭଳି ସଚେତନତା ଅବଲମ୍ବନ କରି ରହିବେ ସେ ଉପରେ ଆଲୋଚନା ମଧ୍ୟ କରିଥିଲେ।ଏହି ପରିଦର୍ଶନରେ ଡ଼ଃ ସଂଜୁ ଦାସ,ଶ୍ରୀମତୀ ସୌମ୍ୟାଶ୍ରୀ ମହାପାତ୍ର,ଶ୍ରୀ ଚକ୍ରଧର ସାହୁ, ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀ, ଶ୍ରୀ ସଞ୍ଜୟ କୁମାର ପରିଡା ପରିଦର୍ଶନରେ ଆସିଥିବା ବେଳେ ତାଙ୍କ ନିକଟରେ ଡାକ୍ତର ସୁଜିତ କୁମାର ବେହେରା, ଡ଼ଃ ଚିନ୍ମୟ ମହାପାତ୍ର,ଡ଼ଃ ଆଦିତ୍ୟ ପ୍ରସାଦ ସାହୁ,ଡ଼ଃ ଜୟଦେବ ନାୟକ ଉପସ୍ଥିତ ଥିଲେ। ଏଥିସହିତ ଏଠାକାର ଷ୍ଟାଫ ଲକ୍ଷ୍ମୀପ୍ରିୟା ମାଝୀ,ସରସ୍ୱତୀ ସାହୁ,ସରୋଜିନୀ ନାୟକ,ଶ୍ୟାମ ସୁନ୍ଦର ସାସମଲ,କିରଣ ବାଳା,ସଞ୍ଜୁଲତା ଓ ସଞ୍ଜୟ ନାୟକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


