ଗୁଆହାଟୀରେ ଆଜି ପ୍ରଥମ ଟ୍ବେଣ୍ଟି୨୦
ଗୁଆହାଟୀ- ନୂଆ ବର୍ଷରେ ନୂଆ ରଣନୀତି ସହ ରବିବାର ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଗୁଆହାଟୀ ର ବର୍ଷାପଡ଼ା ଷ୍ଟାଡିୟମ୍ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ସମସ୍ତଙ୍କ ଦୃଷ୍ଟି ରହିବ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରାଙ୍କ ଉପରେ। ଦୀର୍ଘଦିନ ପରେ ବୁମ୍ରା ଦଳକୁ ଫେରିଛନ୍ତି ।ଅନ୍ୟପଟେ ଅକ୍ଟୋବରରେ ପର୍ଥରେ ଟ୍ବେଣ୍ଟି୨୦ ବିଶ୍ବକପ୍ର ପ୍ରଥମ ମ୍ୟାଚ୍ ଖେଳିବା ପୂର୍ବରୁ ଭାରତ ପ୍ରାୟ ୧୫ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ସାରିଥିବ। ଏହାର ପ୍ରଥମ ମ୍ୟାଚ୍ ରବିବାର ଖେଳିବାକୁ ଯାଉଛି ବିରାଟ ସେନା। ଶ୍ରୀଲଙ୍କା ସେପରି ଶକ୍ତିଶାଳୀ ଦଳ ହୋଇନଥିଲେ ହେଁ ଟ୍ବେଣ୍ଟି୨୦ କ୍ରିକେଟ୍ରେ କୌଣସି ଦଳକୁ ଦୁର୍ବଳ ମଣିବା ବିପଜ୍ଜନକ ହୋଇପାରେ ।


