ଗୁଜୁରାଣ ମେଣ୍ଟାଇବା ପାଇଁ ପାଠ ପଢ଼ା ଛାଡ଼ି କେବେ ଦିନ ମଜୁରିଆ ତ କେବେ ଗୋରୁ ଚରାଉଛି ଭିକ୍ଟର୍

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାଠ ପଢିବା ପାଇଁ ଆଗ୍ରହ ଏବଂ ଇଚ୍ଛା ଶକ୍ତି ଥିଲେ ସୁଦ୍ଧା ଅର୍ଥ ଅଭାବ ଯୋଗୁଁ ଜଣେ ଆଦିବାସୀ ପୁଅ ପାଠ ପଢିବା ଛାଡି ଦେଇଛି. ଅଭାବ ଅନାଟନ ଓ ଗୁଜୁରାଣ ମେଣ୍ଟେଇବା ପାଇଁ ସେ କେତେବେଳେ ଗୋରୁ ଚଳାଉଛି ତଆଉ କେତେବେଳେ ଦିନ ମଜୁରିଆ ଭାବେ ଖଟିବାରେ ଲାଗିଛି. ଯେଉଁ ବୟସରେ ପାଠ ପଢ଼ିବା କଥା ଏବେ ସେହି ବୟସ ରେ ଅର୍ଥ ଅଭାବରୁ ପାଠ ପଢ଼ା ଛାଡ଼ି କେବେ ଦିନ ମଜୁରିଆ ଭାବେ କାମ କରୁଛି ତ କେବେ ଗାଈ ଚରେଇ ପରିବାର ପ୍ରତିପୋଷଣ କରୁଛି ୧୭ ବର୍ଷ ର ପୁଅ ଭିକ୍ଟର୍ ମଳିକ । ପାଠ ପଢ଼ିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଅଭାବ ଅନଟନରେ ବାଧ୍ୟ ହେଉଛି କୁଲି ମଜୁରୀ କରିବା ପାଇଁ।ତେବେ ଆସନ୍ତୁ ଦେଖିବା ଏଭଳି ଏକ ଦୃଶ୍ୟ ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡା ଗ୍ରାମରୁ। ଏ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡା ଗାଁର ଆଦିବାସି ପୁଅ ଭିକ୍ଟର ମଳିକ । ବାପା ବିଶାନ୍ତି ମଳିକ କିଛି ବର୍ଷ ତଳେ ଗଛରୁ ପଡ଼ି ଗୋଡ଼ ଭାଙ୍ଗିଯାଇଥିବାରୁ କୌଣସି କାମ ନ କରି ଏବେ ଅସହାୟ ଅବସ୍ଥାରେ ଘରେ ପଡିରହିଛନ୍ତି। ସେପଟେ ୭୫ ବର୍ଷୀୟ ଜେଜେମା ଙ୍କୁ ଠିକ୍ ରେ ଆଖିକୁ ଦେଖା ଯାଉନଥିବା ବେଳେ ଘରେ ରହି ଅସହାୟ ପୁଅ ର ସେବା କରି ଘରେ ହିଁ ରହୁଛନ୍ତି। ବାପା ଙ୍କ ଗୋଡ଼ ଭାଙ୍ଗିଯିବା ପରେ ମଧ୍ୟ ଦୁଃଖ କଷ୍ଟରେ ଗାଈ ଚରାଇ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ୩୯୭ ନମ୍ବର୍ ରଖିବି ୨ ଗ୍ରେଡରେ ଉତିର୍ଣ୍ଣ ହୋଇଥିଲେ ଭିକ୍ଟର।ଘରେ ଅଭାବ ଅନଟନ ରେ ମଧ୍ୟ ଆଗକୁ ପାଠ ପଢ଼ିବା ପାଇଁ ଇଚ୍ଛା ଥିଲା ।ହେଲେ ଆଲିଗଣ୍ଡା ଜୟ ଭାରତୀ ହାଇସ୍କୁଲ ରେ ଉତିର୍ଣ୍ଣ ହୋଇଥିବା ସାର୍ଟିଫିକେଟ ଯେତେବେଳେ ଆଣିବାକୁ ଯାଇଥିଲେ ଭିକ୍ଟର ସେତେବେଳେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ୧୧୦୦ ଟଙ୍କା ମାଗିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ବୋଲି ଭିକ୍ଟର ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ଟଙ୍କା ଦେଈନ ପାରିବା ଯୋଗୁଁ ସାର୍ଟିଫିକେଟ ବିଦ୍ୟାଳୟରେ ଛାଡ଼ି ଚାଲି ଆସିଥିଲେ ଭିକ୍ଟର। ଗୋଟିଏ ପଟେ ଅସହାୟ ବାପା ଘରେ ପଡ଼ି ରହିଥିବା ବେଳେ ଅନ୍ୟପଟେ ଅଭାବ ଅନଟନ ଲାଗି ରହିଥିଲା। ଗାଁ ର କିଛି ଯୁବକ କେରଳ ଦାଦନ ଖଟିବାକୁ ଯାଉଥିବା ଦେଖି ଭିକ୍ଟର ମଧ୍ୟ ତାଙ୍କ ସାଥିରେ ଚାଲିଯାଇଥିଲା। ହେଲେ ବୟସ କମ୍ ଥିବାରୁ କେରଳରେ କୌଣସି କାମ ମିଳିନଥିଲା। ଯାହା କି ଏବେ ଗାଁ ରେ ରହି କୁଲି ମଜୁରୀ କରିବା ସହ ଗାଈ ଗୋରୁ ଚରାଈ ପାରିବାର ପ୍ରତିପୋଷଣ କରୁଛି ଭିକ୍ଟର। ଗୋଟିଏ ପଟେ ନିଜର ଯେଉଁ ଘରେ ପୂର୍ବରୁ ରହୁଥିଲେ ଏବେ ସେହି ଘର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ସେହି ଜରାଜୀର୍ଣ୍ଣ ଘରକୁ ନିର୍ମାଣ କରିବା ପାଇଁ ଅର୍ଥ ଅଭାବ ଦେଖି ଗ୍ରାମବାସୀ ଭିକ୍ଟର ମଳିକ ର ପରିବାର କୁ ଏକ ଘରେ ରହିବାକୁ ଆଶ୍ରୟ ଦେଇଛନ୍ତି। ଯାହା କି ସରକାର ତାଙ୍କୁ ପକ୍କା ଘର ସହ ଭିକ୍ଟର ପାଇଁ ସମସ୍ତ ପାଠ ପଢ଼ା ଖର୍ଚ୍ଚ ତୁଲାଇବେ ତା ହେଲେ ଆଗକୁ ଯାଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ