ଗୁଡୁପାହି “ମା” ଅନ୍ନପୂର୍ଣ୍ଣା କ୍ଲବ -୨ ରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) : ରବିବାର ସକାଳ ୧୦ ଘଟିକା ସମୟରେ ମା ଅନ୍ନପୂର୍ଣ୍ଣା କ୍ଲବ-୨ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।୨୦୧୮-୧୯ ବିଧାୟକ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ଏବଂ ସରପଞ୍ଚ ପାଣ୍ଠିର ଅର୍ଥ ମିଳିତ ଅନୁମୁଦନ ରେ ପାଞ୍ଚକୁଡ଼ି ଛକ, ଗୁଡୁପାହି ଠାରେ ହୋଇଥିବା କମ୍ୟୁନିଟି ସେଣ୍ଟରର ଉଦ୍ଘାଟନ ହୋଇଯାଇଛି। ପବିତ୍ର ଲକ୍ଷ୍ମୀ ପୂଜା ଅବସରରେ ସେଠାରେ “ମା” ଲକ୍ଷ୍ମୀ ଙ୍କର ପୂଜା ସହ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ସମ୍ମାନିତ ଅତିଥି ଗୁଡୁ ଗ୍ରାମପଞ୍ଚାୟତ ସରପଞ୍ଚ କମଳିନୀ ପାତ୍ର,ନାଏବ ସରପଞ୍ଚ ଗୁରୁ ପଦ ବର୍ମନ୍,ୱାର୍ଡ ମେମ୍ବର ପ୍ରଶାନ୍ତ ବର୍ମନ,ପୂର୍ବତନ ସରପଞ୍ଚ ଲମ୍ବୋଦର ପ୍ରଧାନ, ମଣିନାଗେଶ୍ଵର ମଣ୍ଡଳ ସଭାପତି ଭୋଳାନାଥ ପାତ୍ର,ସିଦ୍ଧେଶ୍ୱର ଦାସ,ତପନ କୁମାର ବର୍ମନ, ଭୂତନାଥ ଘୋଡେ଼ଇ ପ୍ରମୁଖଙ୍କ ଉପସ୍ଥିତିରେ ଉଦ୍ଘାଟନ କାର୍ଯ୍ୟ ହୋଇଥିଲା।ଅତିଥି ମାନଙ୍କ ଦ୍ଵାରା ଉଦ୍ଘାଟନ ପରେ ବହୁ ଯୁବ ପିଢ଼ି ଏବଂ ମା ମାନେ ସ୍ଵେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ। ଏହି ଶିବିରରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗଣେଶ ବର୍ମନ,ରିଙ୍କୁ ବେହେରା, ନାନଟୁ ପ୍ରଧାନ,ଗୋରା ଚାନ୍ଦ ପ୍ରଧାନ,ଶଙ୍କର ବର୍ମନ,ଗଣେଶ ଗିରି, ଟୁକୁନୁ ବର୍ମନ,ଗଙ୍ଗାଧର ବର୍ମନ,ଗୋପାଳ ରାଉଳ,ଭାନୁ ଘୋଡେ଼ଇ,ପଞ୍ଚାନନ ବର୍ମନ, କାଳିପଦ ଘୋଡେ଼ଇ, ଜଗଦିଶ ରାଉଳ,ମନୋରଞ୍ଜନ ବେରା,ଗଣେଶ ଘୋଡେ଼ଇ ଇତ୍ୟାଦି କ୍ଲବ ମେମ୍ବର ମାନଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।