ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ପୁଣି ପୁରସ୍କୃତ ହେଲା ୟୁରୋ କିଡସ୍ ପ୍ରି ସ୍କୁଲ
ଛତ୍ରପୁର : ଆନ୍ତର୍ଜାତିକ ମାର୍କା ୟୁରୋ କିଡସ୍ ପ୍ରି ସ୍କୁଲ ପୁଣି ପୁରସ୍କୃତ ହୋଇଛି । ଗୁଣାତ୍ମକ ଶିକ୍ଷା ତଥା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଦେଉଥିବା ହେତୁ ଉଚ୍ଚ ପ୍ରଶଂସା ପାଇବା ସହ ପୁରସ୍କୃତ ହୋଇଛି । ଶୁକ୍ରବାର ଗଂଜାମ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ର ଓ କ୍ରାନ୍ତି ଯୁବ ଛାତ୍ର ସଂଗଠନର ମିଳିତ ଆନୁକୂଳ୍ୟରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଯୁବ ସମ୍ମିଳନୀ ଓ ଯୁବ କୃତିତ୍ୱ ସମାରୋହ ରେ ୟୁରୋ କିଡସ୍ ପ୍ରି ସ୍କୁଲ ର କାର୍ଯ୍ୟକାରୀ ପ୍ରିନ୍ସପାଲ ସସ୍ମିତା ମହାପାତ୍ର ସମ୍ବର୍ଦ୍ଧିତ କରାଯାଇଛି । । ଏହି ଅବସରରେ ଶ୍ରୀମତି ମହାପାତ୍ରଙ୍କୁ ଯୁବ ଶିକ୍ଷାବିତ୍ ଅନୁସାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ , ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଗଂଜାମ ଜିଲ୍ଲା ନେହୁରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ଅକ୍ଷୟ ଭାଷ୍କର ନିପାଣେ, ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ହିସାବ ରକ୍ଷକ ସୁଦାମ ଚରଣ ସାବତ, ସମର୍ଥ ଅନୁଷ୍ଠାନର ସମ୍ପାଦକ କେ.ଆନନ୍ଦ ରାଓ, ଯୁବ ନେତା ଅଶୋକ କୁମାର ସ୍ୱାଇଁ, ସାମ୍ବାଦିକ ସୁଦର୍ଶନ ଛୋଟରାୟ , କ୍ରାନ୍ତି ଯୁବ ଛାତ୍ର ସଂଗଠନର ସଭାପତି ଇଜୁଆମିନ୍ ଖାନ୍ ପ୍ରମୁଖ ଅତିଥୀ ଭାବେ ଯୋଗଦେଇ ଉପଢୈକନ ସହ ମାନପତ୍ର ପ୍ରଦାନ କରିଛନ୍ତି ।