ଗୁଣିଗରେଡି ମୁଦୁଲାକୁ ଗିରିଫ କାରିବାକୁ ଯାଇ ଆକ୍ରୋଶର ଶିକାର ହୋଇଛି ପୋଲିସ
ଗଞ୍ଜାମ, (ବିନୋଦପଲେଇ):ଗୁଣିଗାରେଡି ସନ୍ଦେହରେ ମାଡ଼ମାରିଥିବା ମୁଦୁଲାକୁ ଧରିବାକୁ ଯାଇ ଆକ୍ରୋଶର ଶିକାର ହୋଇଛି ପୋଲିସ। ଫାଣ୍ଡିଭିତରେ ପଶି ହତ୍ୟା ଧମକ ଦେବା ସହ ଫାଣ୍ଡିରେ ନିଆଁ ଲଗାଇଦେବୁ କହିବା ସହ ଦୀର୍ଘ ସମୟ ଧରି ଫାଣ୍ଡିକୁ ନିଜ କବଜାକୁ ନେଇ ଯାଇଥିବା ନେଇ ଏତଲା ଦେଇଛନ୍ତି ଖୋଦ ଏଏସଆଇ ବଇବସୁତ ପ୍ରଧାନ । ଏହି ଭଳି ଘଟଣା ଘଟିଛି ହୁମ୍ମା ଫାଣ୍ଡିରେ। ଯାହା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମର ହରିଜନ ସାହିରେ ଗତ ମେ ମାସରେ ଗୁଣିଗାରେଡି ସନ୍ଦେହରେ ସଂର୍କୀୟ ଭାଉଜ ଓ ଦିଅରଙ୍କୁ ଗ୍ରାମ ବାସୀ ବାନ୍ଧି ମାଡ଼ ମାରି ଦାନ୍ତ ଭାଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଥିଲା ହୁମ୍ମା ଫାଣ୍ଡିରେ । ଚଳିତ ମାସ ଏକ ତାରିଖରେ ମାଡ଼ମାରିଥିବା ମୁଦୁଲାକୁ ଧରିବାକୁ ଏଏସଆଇ ଧରିବାକୁ ଯାଇଥିଲେ ଗଡ଼ହୁମ୍ମା ଗ୍ରାମକୁ। ଯାହାକୁ ବିରୋଧ କରିଥିଲେ ଗ୍ରାମ ବାସୀ। ପରଦିନ ଅର୍ଥାତ ଦୁଇ ତାରିଖ ସନ୍ଧ୍ୟାରେ ହୁମ୍ମା ଫାଣ୍ଡି ଅଧିକାରୀ ପେଟ୍ରୋଲିଙ୍ଗରେ ଯାଇଥିବା ବେଳେ ଫାଣ୍ଡିରେ ଥିଲେ ଏଏସଆଇ ପ୍ରଧାନ। ହଟାତ ଗଡ଼ହୁମ୍ମା ଗ୍ରାମର ହରିଜନ ସାହିର ମଞ୍ଜୁଦାସ, ଲକ୍ଷ୍ମୀ ଦାସ, ବିଷ୍ଣୁ ଦାସଙ୍କ ସମେତ ୩୫ରୁ ଉର୍ଦ୍ଧ୍ବ ମହିଳା ହୁମ୍ମା ଫାଣ୍ଡିରେ ପଶି ଗ୍ରାମର ବିନା ଅନୁମତିରେ ଆମ ଗ୍ରାମକୁ କାହିଁକି ଯାଇଥିଲେ କହିବା ସହ ଅଭଦ୍ର ଭାଷାରେ ଗାଳିଗୁରଜ କରିଥିଲେ ।ଏହି କେଶରେ ଅନ୍ୟ ଅନ୍ୟ କୌଣସି ଲୋକଙ୍କୁ ପୋଲିସ ଧରଲେ ଫାଣ୍ଡିରେ ନିଆଁ ମରିଦେବୁ, ଯଦି ଗାଁରେ କୌଣସି ପୋଲିସ ପଶି ଆମ ଗାଁ ଲୋକଙ୍କୁ ଧରିବାକୁ ଚେଷ୍ଟାକରେ ତାକୁ ହାଣୀ ଜୀବନରେ ମରିଦେବୁ ବୋଲି ଧମକ ଦେଇ ଫାଣ୍ଡି ଗେଟ ପକାଇ ଜଗି ବସିବା ସହ କାହାରିକୁ ବହାରକୁ ଯିବାକୁ ନ ଦେଇ ଦୀର୍ଘ ସମୟ ଧରି ଫାଣ୍ଡିକୁ ନିଜ କବଚାକୁ ନେଇଯାଇଥିଲେ। ଏନେଇ ଏଏସଆଇ ପ୍ରଧାନ ରମ୍ଭା ଆଇଆଇସି ଓ ପେଟ୍ରୋଲିଙ୍ଗରେ ଯାଇଥିବା ହୁମ୍ମା ଫାଣ୍ଡି ଅଧିକାରୀଙ୍କୁ ଅଵଗତ କରାଇଥିଲେ। ଖବର ପାଇ ଉଭୟ ପୋଲିସ ପହଞ୍ଚିବା ମାତ୍ର ଛତ୍ରଭଞ୍ଜଦେଇଥିଲେ ଗ୍ରାମବାସୀ।ଯାହା ଏତଲାରେ ଦର୍ଶାଇଛନ୍ତି ଏଏସଆଇ ପ୍ରଧାନ। ଏତଲାକୁ ଭିତ୍ତି ୩୭୪/୨୨ ମକଦ୍ଦମା ରୁଜୁ ହେବା ସହ ହୁମ୍ମା ଫାଣ୍ଡି ଅଧିକାରୀ ଏହାର ତଦନ୍ତ କରୁଥିବା ଜଣାପଡିଛି।