ଗୁଣି ସନ୍ଦେହରେ ସ୍ୱାମୀ-ସ୍ତ୍ରୀ ହତ୍ୟା ମାମଲାରେ ୮ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅଡବା ଥାନା ଅଞ୍ଚଳରେ ଗୁଣି ସନ୍ଦେହରେ ସ୍ୱାମୀ -ସ୍ତ୍ରୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ସୋମବାର ଦିନ ହତ୍ୟା କରାଯାଇଥିଲା. ଏହି ଘଟଣାରେ ପୋଲିସ ବିହିତ ତଦନ୍ତ କରିବା ସହ ୧୬ ଜଣଙ୍କୁ ସନ୍ଦେହରେ ଆଣି ଅଡବା ଥାନାରେ ପଛାଉଚରା କରିଥିଲେ.୧୬ ଜଣଙ୍କ ମଧ୍ୟରୁ ୮ ଜଣ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ନେଇ ସ୍ୱୀକାର କରିବା ପରେ ଘୋଡାପଙ୍କା ଗ୍ରାମର ଏହି ୮ ଜଣଙ୍କୁ ଗିରଫ କରାଯାଇଥିବା ଅଡବା ଥାନା ଆଇଆଇସି ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ଘୋଡାପଙ୍କା ଗ୍ରାମର କପିଳେନ୍ଦ୍ର ମଲ୍ଲିକ ଏବଂ ତାଙ୍କ ସ୍ତ୍ରୀ ଶସିଦାଙ୍କୁ ଗୁଣି ସନ୍ଦେହ କରୁଥିବା ଘଟଣାରେ ସେହି ଗ୍ରାମର କିଛି ବ୍ୟକ୍ତି ଆକ୍ରମଣ କରି ହତ୍ୟା କରିଥିଲେ. ଘଟଣା ନେଇ ଅଡବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ୮ ଜଣଙ୍କୁ ଗିରଫ କରିଥିଲେ. ଏମାନଙ୍କୁ ମୋହନା କୋୖର୍ଟକୁ ଚାଲାଣ କରାଯାଇଥିଲା. ମାନ୍ୟବର କୋୖର୍ଟ ଏମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟଯେ ବର୍ତ୍ତମାନ ହତ୍ୟା କରାଯାଇଥିବା ଏହି ସ୍ୱାମୀ – ସ୍ତ୍ରୀ ୨ ଜଣଙ୍କୁ କିଛି ମାସ ପୂର୍ବରୁ ଗୁଣି ସନ୍ଦେହରେ ହତ୍ୟା କରାଯିବା ପାଇଁ ଆକ୍ରମଣ କରାଯାଇଥିଲା. ହେଲେ ସେଥିରେ କପିଳେନ୍ଦ୍ର ଗୁରୁତର ହୋଇଥିଲେ ସୁଦ୍ଧା ଚିକିତ୍ସା ଦ୍ୱାରା ବଞ୍ଚି ଯାଇଥିଲେ. ପରେ ଗତ ସୋମବାର ଦିନ ସୋମବାର ଦିନ ସ୍ୱାମୀ – ସ୍ତ୍ରୀ ୨ ଜଣଙ୍କୁ ଗ୍ରାମବାସୀମାନେ ହତ୍ୟା କରିଥିଲେ. ହତ୍ୟା ଘଟଣାରେ ବ୍ୟବହୃତ ଟାଙ୍ଗିଆ ଓ କାତିକୁ ପୋଲିସ ଜବତ କରିଛି. ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଘୋଡାପଙ୍କା ଗ୍ରାମରେ. ସୂଚନା ପ୍ରକାରେ ସେହି ଗ୍ରାମର କପିଳେନ୍ଦ୍ର ମଲ୍ଲିକ ଗୁଣି କରି ଲୋକଙ୍କୁ ମାରୁଥିବାର ଗତ ଫେବୁଆରି ମାସରେ କିଛି ଲୋକେ ତାଙ୍କୁ ଗୁଳି ମାରିଥିଲେ. ଚିକିତ୍ସ ହୋଇ ସୁସ୍ଥ ହେବା ପରେ ପ୍ରଥମେ ଅଡବାରେ ରହୁଥିଲେ କପିଳେନ୍ଦ୍ର ଆଉ ତାଙ୍କ ସ୍ତ୍ରୀ. ଗତ ୫ ମାସ ହେବ କପିଳେନ୍ଦ୍ର ତାଙ୍କ ପରିବାର ସହ ଘୋଡାପଙ୍କା ଗ୍ରାମରେ ରହି ଆସୁଥିଲେ. ସୋମବାର ସନ୍ଧ୍ୟାରେ କିଛି ଦୁର୍ବୁତ୍ତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ. ଘଟଣା ସ୍ଥଳରେ କପିଳେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା. ତାଙ୍କ ସ୍ତ୍ରୀ କୌଣସି ପ୍ରକାରେ ଖସି ପଳାଇ ଆସିଥିଲେ. କିନ୍ତୁ ପରେ ଘୋଡାପଙ୍କା ଉପରେ ସାହିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶାସିଦାଙ୍କୁ ଉଦ୍ଧାର କରିଥିଲେ ତାଙ୍କ ମା ଘର ଲୋକେ. ପୋଲିସ ଘାଟଣ ସ୍ଥଳରେ ହତ୍ୟାକାଣ୍ଡ ତଦନ୍ତ ଜାରି ରଖିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ