ଗୁଣ୍ଡିଚା ମେଳାଣୀ ପଡିଆରେ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ

ବାଲେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍) : ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ନଗରରେ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ମେଳାପଡିଆରେ ରଥ ଉସ୍ରବ ଦେଖିବା ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମେଳା ପଡିଆ ପରିସରରେ ଦାଣ୍ଡିଆ ନୃତ୍ୟ , ହରିନାମ କୀର୍ତ୍ତନ, ପ୍ରତିଯୋଗୀତା ରାସଲୀଳା ଆଦି ନାଚ ଗୀତରେ ଦେଖିବା ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନ ସମାଗମ ହୋଇଛି । ଏହା ସହ ଆରତୀ ମଣ୍ଡପରେ ବିଭିନ୍ନ ସ୍କୁଲରରୁ ଆସିଥିବା ଛାତ୍ର ଛାତ୍ରୀ ମାନେ କିପରି ଚରିତ୍ର ଗଠନ ସେ ଗଠନ ଉପରେ ଗୁରତ୍ୱାରୋପ ଦେବା ସହ ବାଲେଶ୍ୱରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କ୍ୟାରିଅର୍ କାଉନ୍ସିଲର୍ ଓ ମୋଟିଭେଟର୍ ମିସ୍ ମାଦିଆ ଅହମଦ୍ (ଟେଡେକ୍ସ ସ୍ପିକର ଏଣ୍ଡ୍ ୟୁଥ୍ ମୋଟିଭେଟର୍)ଙ୍କ ତତ୍ୱାବଧାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଉତ୍ତମ ଚରିତ୍ରଗଠନ ଓ ଖ୍ୟାତିସମ୍ପନ୍ନ ଶିକ୍ଷାର୍ଜନ ପାଇଁ କ୍ୟାରିଅର୍ କାଉନ୍ସେଲିଂ ଏବଂ ମୋଟିଭେସନ୍ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହ ଜଗନ୍ନାଥ ପଂରପରା ଓ ରିତିନୀତି ଅନୁଯାୟୀ ମାଁ ଲକ୍ଷ୍ମୀ ରଥ ଚକ ଭାଙ୍ଗିଥିଲେ । ଏହା ସହ କାର୍ଯ୍ୟକ୍ରମରେ ଦାସସାମନ୍ତରାୟ ତଥା ମନ୍ଦିର ପ୍ରଶାସନର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ସିଂହସାମନ୍ତ, ମନ୍ଦିରର ମୁଖ୍ୟପୂଜକ ପ୍ରଦୀପ୍ତ କୁମାର ମିଶ୍ର ଓ ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି କାର‌୍ୟ୍ୟପରିଚାଳନାରେ ସହଯୋଗ କରୁଥିବା ଜଣାପଡ଼ିଛି । ଅନୁରୂପଭାବେ ପ୍ରତିଦିନଭଳି ଆଗନ୍ତୁକ ହଜାର ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦସେବନ, ପାନୀୟଜଳ ଓ ସୁରକ୍ଷାବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବାବେଳେ ଇମାମୀ ନଗର ଗୁଣ୍ଡିଚା ମନ୍ଦିର ପରିସର ବେଶ୍ ଜଗନ୍ନାଥ ମହାପ୍ରଭୁଙ୍କର ଭାବ ଆବେଗରେ ପରିପୂର୍ଣ୍ଣ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ