ଗୁଦଗୁଦା ଜଳପ୍ରପାତ ରେ ଯୁବକ ନିଖୋଜ
କୁଚିଣ୍ଡା, (ନୃପଲାଲ ଦେବ):କୁଚିଣ୍ଡା ବ୍ଲକ କୁସୁମୀ ପଞ୍ଚାୟତ ବଡବାହାଲ ସ୍ଥିତ ଗୁଦଗୁଦା ଜଳପ୍ରପାତ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଏହି ଜଳପ୍ରପାତ ରେ ଯୁବକ ବୁଡି ନିଖୋଜ ହୋଇଛି l ନିଖୋଜ ଥିବା ଯୁବକ ଜଣକ ହେଲେ ଆନ୍ଦ୍ରପ୍ରଦେଶ, ସାଇନଗର ଅଞ୍ଚଳ ର କୋଳି ଭିରା ହନୁମାନ (୨୧) ବୋଲି ଜଣାପଡିଛି l ସୂଚନା ଅନୁଯାଇ ଆନ୍ଦ୍ରପ୍ରଦେଶ, ସାଇ ନଗର ଅଞ୍ଚଳ ର କୋଳି ଭିରା ହନୁମାନ (୨୧) ଝାରସୁଗୁଡା ରେ ଥିବା ଜେ.ଏସ. ଡବ୍ଲୁ କମ୍ପାନୀ ରେ କାମ କରନ୍ତି l ଛୁଟି ମନାଇବାକୁ ଆଜି ପ୍ରାୟ ୧୧ ଜଣ ସାଙ୍ଗମାନଙ୍କ ସହ ଗୁଦଗୁଦା ଜଳପ୍ରପାତ କୁ ବୁଲିବାକୁ ଯାଇଥିଲେ l ହେଲେ ଦ୍ୱିପହର ପ୍ରାୟ ୧ଟା ସମୟରେ ଜଳପ୍ରପାତ ର କୁଣ୍ଡ ରେ ଗାଧୋଉ ଥିବା ବେଳେ ଯୁବକ ଜଣକ ହଟାତ ନିଖୋଜ ହୋଇଯାଇ ଥିଲେ l ପରେ ଖବର ପାଇ କୁଚିଣ୍ଡା ଅଗ୍ନିଶମ ଓ ବନବିଭାଗ ପହଞ୍ଚି ଖୋଜାଖୋଜି ଜାରିରଖିଥିଲେ ମଧ୍ୟ ଯୁବକ ମିଳି ନ ଥିଳା । ଏନେଇ ପୋଲିସ ଏବଂ ବନବିଭାଗ ପକ୍ଷରୁ କୋଣସି ସୂଚନା ନ ମିଳିଥିଲେ ମଧ୍ୟ ଆସନ୍ତା କାଲି ଓଡ୍ରାଫ ଟିମ ପହଞ୍ଚିବ ବୋଲି ଜଣା ପଡିଛି