ଗୁମ୍ମାରେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ରଣକୌଶଳ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ୨୦୨୨ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମପଞ୍ଚାୟତର ରାଗିଡି ଗ୍ରାମ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁମ୍ମା ବ୍ଲକର ଅଧ୍ୟକ୍ଷ ଭାବେ ଗୀତାଞ୍ଜଳୀ ଭୂୟାଁ ଉପନିର୍ବାଚନରେ ନିର୍ବାଚିତ ହେବା ପରେ ପ୍ରଥମ କରି ବ୍ଲକର ପ୍ରତ୍ୟେକ ଗ୍ରାମର ଉନ୍ନତି କିଭଳି ହେବ ସେ ନେଇ ଗ୍ରାମ ପରିକ୍ରମା ଓ ଆଲୋଚନା କରିଥିଲେ । ତାହା ସହ ଆଗାମୀ ନିର୍ବାଚନରେ ଗୁମ୍ମା ବ୍ଲକରି କଂଗ୍ରେସ ପୁଣି କିଭଳି ହାତେଇବ ତାକୁ ଆଖି ଆଗରେ ରଖି ଦଳୀୟ କର୍ମୀ ଓ ନେତା ମାନଙ୍କ ସହ ଆଲୋଚ ଚଳାଇଛନ୍ତି । ଏହିକାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାସରଥି ଗମାଙ୍ଗ, ପୂର୍ବତନ ଉପାଧ୍ୟକ୍ଷ ବେରେନିକ ଗମାଙ୍ଗ, ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ କୁମାର ଅଧିକାରୀଙ୍କୁ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ପୁରୁଖା ନେତା ଅଭିମନ୍ୟୁ ପଣ୍ଡା, କୁନା ମାଝୀ, ପୂର୍ବତନ କାଉନସିଲର ବିଭୂତି ନାୟକ, ତ୍ରିନାଥ ପାତ୍ର, ସେବା ଦଳର ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା, ଦିପୁ ସାହୁ ପ୍ରମୁଖ ଉପସ୍ଥିଥିଲେ ।