ଗୁମ୍ମାରେ ନିଆରା ଢଙ୍ଗରେ ହେଉଛି ପ୍ରଚାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) :-ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡ଼ି ତାର ପ୍ରଚାର ପ୍ରସାରକୁ ସେତିକି ଜୋରଦାର କରୁଛି । ତେଣୁ ଏପର୍ଯ୍ୟନ୍ତ ଅଞ୍ଚଳରେ ନିର୍ବାଚନ ପ୍ରଚାରରେ ବିଜେଡ଼ି ଆଗୁଆ ରହିଛି । ଜିଲ୍ଲାସ୍ତରୀୟ ନେତାମାନେ ଦିନରାତି ଏକକରି ନିର୍ବାଚନ ମଇଦାନରେ ରହୁଛନ୍ତି । ଏପରିପ୍ରକ୍ଷୀରେ ବିଜେଡ଼ି ନେତା ଡ଼ଃ ତିରୁପତି ପାଣିଗ୍ରାହୀଙ୍କ ଦ୍ଵାରା ବିଜେଡ଼ି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଅଭିନୟ ଉପାୟରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି।ଗୁମ୍ମାର ୦୩ ଓ ୦୪ନଂ ଜିଲ୍ଲା ପରିଷଦ ଜୋନକୁ ମାରାଥନ ଗସ୍ତ ତ ଆଉ କେଉଁଠି ଦଳୀୟ ମିଶ୍ରଣ ପର୍ବ ସହ ନିଆରା ଢଙ୍ଗରେ ଲୋକନୃତ୍ୟ ଓ ଡ଼ିଜିଟାଲ ପ୍ରଚାର। ଗୁରୁବାର ସନ୍ଧ୍ୟା ସମୟରେ ଗୁମ୍ମା ସଦର ମହକୁମା ହାଟପଦା ଛକ ନିକଟରେ ଏଲଇଡ଼ି ଟିଭି ଲଗାଇ ନିଆରା ଢଙ୍ଗରେ ରଙ୍ଗାରଙ୍ଗ ତାରକାଙ୍କ ଡେନ୍ସ ଦେଖିବାକୁ ମିଳିଛି।ସୂଚନାଯୋଗ୍ୟ ଭୁବନେଶ୍ୱର ଜଣାଶୁଣା ଲୋକନୃତ୍ୟ ଡେନ୍ସ ମାଧ୍ୟମରେ ଗୁମ୍ମା ଜିଲ୍ଲା ପରିଷଦ ଜୋନ ୦୩ ଓ ୦୪ର ପ୍ରାର୍ଥୀଙ୍କ ପ୍ରଚାର କରିବେ। କାର୍ଯ୍ୟକ୍ରମଟି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ବିକାଶର ଧାରା ଅନୁସାରେ ଗୀତ ମାଧ୍ୟମରେ ନୃତ୍ୟ ପରିବେଷଣ କରି ଭୋଟରଙ୍କୁ ଆକୃଷ୍ଟ କରିବା ସହ ଆମେ ନବୀନ ବାବୁ ଫେନ ନାଚରେ ଦର୍ଶକ ଆକୃଷ୍ଟ ହୋଇଥିଲେ । ଏହି ଡିଜିଟାଲ ପ୍ରଚାର କାର୍ଯ୍ୟକ୍ରମ ୮ଦିନ ଧରି ଗୁମ୍ମା ବ୍ଲକର ସମସ୍ତ ଛକ,ଜନଗହଳି ସ୍ଥାନ ନିକଟରେ ପରିବେଷଣ କରାଯିବ ବୋଲି ଡ଼ଃ ତିରୁପତି ପାଣିଗ୍ରାହୀ କହିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ,ଡ଼ଃ ରୂପେଶ କୁମାର ପାଣିଗ୍ରାହୀ, ଦୀପକ କୁମାର ପଟ୍ଟନାୟକ, ବିମଳ କୁମାର ଦଳାଇ,ପ୍ରୀତମ ପାଳ ଓ ନିରୋଜ ଷଡ଼ଙ୍ଗୀ ସାମିଲ ହୋଇଥିଲେ ।