ଗୁମ୍ମାରେ ବିଡ଼ିଓଙ୍କୁ ବିଦାୟ ସମ୍ବର୍ଦ୍ଧନା, ନୂତନ ବିଡ଼ିଓଙ୍କୁ ସ୍ୱାଗତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ କାର୍ଯ୍ୟରତ ବିଡ଼ିଓ ନଟବର ଗରଡ଼ାଙ୍କ ପଦଉନ୍ନତି ହୋଇ ଡେପୁଟି କଲେକ୍ଟର ଭାବେ ଗଜପତି ଜିଲ୍ଲାକୁ ବଦଳି ହୋଇଛି ଏବଂ ଅନୁପ ଅଭିଷେକ ବେହେରାଙ୍କୁ ଗୁମ୍ମା ବିଡ଼ିଓ ଭାବେ ନିଯୁକ୍ତି ମିଳିଛି । ଆଜି ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା ବିଡ଼ିଓ ଶ୍ରୀ ଗରଡ଼ାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ନୂତନ ବିଡ଼ିଓ ଶ୍ରୀ ବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତିନି ବର୍ଷ ଧରି ଅନବରତ ଗୁମ୍ମା ବାସୀଙ୍କ ସେବା କରିଥିଲେ ଶ୍ରୀ ଗରଡ଼ା । ତାଙ୍କ ଅବଦାନ ଗୁମ୍ମା ବ୍ଲକ ପାଇଁ ଅତୁଳନୀୟ ରହିଥିଲା । ତିତିଲି,ଗୋଲାବ ବନ୍ୟାବାତ୍ୟା ଯୋଗୁଁ ପ୍ରବାହିତ ସମୟରେ ଲୋକଙ୍କ ସେବା ହେଉ କିମ୍ବା କଭିଡ଼ ମହାମାରୀ ପରିଚାଳନା ଓ ୫ଟି ମାଧ୍ୟମରେ ବିଦ୍ୟାଳୟର ରୂପାନ୍ତରିତ ସଫଳ ରୂପାୟନ ଏପରି ଏନେକ ସମୟରେ ସମ୍ବିଦିନ ଶୀଳ ପରିସ୍ଥିତି ନିୟନ୍ତ୍ରଣ ରଖି କାର୍ଯ୍ୟ ତୁଲେଇ ଆସୁଥିଲେ।ସେ ବର୍ତ୍ତମାନ ଗଜପତି ଜିଲ୍ଲାରେ ପ୍ରମୁଖ କ୍ରୀଡ଼ା ବିଭାଗ, ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ ଅନେକ ୬ଟି ବିଭାଗରେ ଦାଇତ୍ଵ ତୁଲାଉଛନ୍ତି । ଗୁମ୍ମା ବ୍ଲକର ଉନ୍ନତିରେ ସେଜଣେ ବିଶ୍ଵକର୍ମା ଥିଲେ ବୋଲି ଉପସ୍ଥିତ ଥିବା ଅଧିକାରୀ ମାନେ ପ୍ରକାଶ କରିଥିଲେ । ଏବଂ ବହୁ ଉନ୍ନୟନ ମୂଳକ କାର୍ୟ କରି ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ଏହି ବୈଠକରେ ଅଧକ୍ଷା ଗୀତାଞ୍ଜଳି ଭୂୟାଁ,ନୂତନ ବିଡ଼ିଓ ଅନୁପ ଅଭିଷେଖ ବେହେରା, ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ଏଏସ୍ଆଇ ପ୍ରତାପ ପ୍ରଧାନ, ଏଇଇ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ମୁଖ୍ୟ କିରାଣୀ ସନ୍ତୋଷ କୁମାର ପାଣିଗ୍ରାହୀ, ସହକାରୀ କିରାଣୀ ଦିବାକର ମହାପାତ୍ର, ରାକେଶ କୁମାର ସାହୁ, ସମୀୟ ସୁଧାକର ତ୍ରିପାଠୀ, ଉପେନ୍ଦ୍ର ମାଛ, ବ୍ଳକର ସମସ୍ତ ଜେଇ, ସମସ୍ତ ଗ୍ରାମସେବକ, ଜିଆରଏସ୍ ଓ ସମସ୍ତ ବ୍ଳକ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ