ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ଆୟୋଜନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସିମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ବିଶ୍ୱ ଏଡ଼ସ ଦିବସ ପରିପେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଭିନ୍ନ ବିଭାଗର ଶିକ୍ଷକମାନେ ଏଡ଼ସ ସମ୍ବନ୍ଧରେ ସୂଚନା ପ୍ରଦାନ କରି ଶିକ୍ଷାର୍ଥୀମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ୫ ଶହରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଙ୍କ ସମେତ ବାଳକ, ବାଳିକା ଜାତୀୟ ସେବା ଯୋଜନା, ରେଡ କ୍ରସ, ସ୍କାଉଟ ଗାଇଡ଼ର ମିଳିତ ଭାବେ ଏଡ଼ସ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ଓ ଫ୍ଳାକାର୍ଡ ଧରି ମୋହନ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଳକ ବିଭାଗର ଜାତୀୟ ସେବା ଯୋଜନା ଅଧିକାରୀ ଭଗବାନ ବିଷୋୟୀ, ବାଳିକା ବିଭାଗର ଯୋଜନା ଅଧିକାରୀ ଅନିଲ କୁମାର ତ୍ରିପାଠୀ, ରେଡକ୍ରସ ଓ ସ୍କାଉଟ ଗାଇଡ଼ ଅଧିକାରୀ ମିନକେତନ ମିଶ୍ର ,ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ଼ , ଏସ.ରମେଶ , ଗ୍ରନ୍ଥଗାର ରକ୍ଷକ ଗୋପାଳ ପଟ୍ଟନାୟକ, କାମାକ୍ଷା ପ୍ରସାଦ ପଟ୍ଟନାୟକ ଆଦି କର୍ମଚାରୀ ସହଯୋଗ କରିଥିଲେ । ସେହିପରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି । ସ୍ଵାସ୍ଥ୍ୟ କେନ୍ଦ୍ରର ଚିକିସ୍ଥା ଅଧିକାରିଣୀ ଡ. ନମିତା ପଣ୍ଡା ଉପସ୍ଥିତ ସାଧାରଣ ଜନତା ଓ ରୋଗୀମାନଙ୍କୁ ଏଡସର ଭୟାବହତା, କାରଣ ଓ ନିରାକରଣ ସମ୍ବନ୍ଧରେ ବୁଝାଇବା ସହିତ ସଚେତନତା କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଡ.କିଶୋର ଚନ୍ଦ୍ର ବେହେରା, ଡ. ଆଶୁତୋଷ ଦାଶ, ବିପିଏମ ବିଭୂପ୍ରସାଦ କର ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ