ଗୁମ୍ମାରେ ବ୍ଲକସ୍ତରୀୟ ‘ନୂଆ-ଓ’ କ୍ରୀଡ଼ା ଉତ୍ସବର ଉଦଯାପୀତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ରାଜ୍ୟ ସରକାରଙ୍କ ଯୁବ ଓଡ଼ିଶା ନବୀନ ଓଡ଼ିଆ କାର୍ଯ୍ୟକ୍ରମରେ ଉପାନ୍ତ ଅଞ୍ଚଳର କ୍ରୀଡ଼ା ତଥା ଯୁବ ପୀଢ଼ି ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି।ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଆନୁକୂଲ୍ୟରେ ବିକାଶ ବିଦ୍ୟାନିକେତନ ଖେଳ ପଡ଼ିଆରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଚାଲିଥିବା ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି।ଗୁମ୍ମା ବିଡ଼ିଓ ଶରତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରରାଓ,ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ,ବିଡ଼ିଓ ଶରତ କୁମାର ପାତ୍ର,ତହସିଲଦାର ଜୟବ୍ରତ ଆଚାର୍ଯ୍ୟ, ଉପାଧ୍ୟକ୍ଷ ଏସ ଶ୍ରୀନିବାସ ଓ ପ୍ରୋପ୍ରସର ମାରୁତ ପାଳ ପ୍ରମୁଖ ଯୋଗ ଦେଇଥିଲେ।ଯୁବ ପ୍ରତିଭାଷାଳି ମାନେ ନିଜର ପ୍ରତିଭାକୁ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ସରକାରଙ୍କ ଅନୁଷ୍ଠିତ ଏହି କ୍ରୀଡ଼ା ଉତ୍ସବରେ ସୁଯୋଗ ପାଇଥିବାରୁ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ଜାରି ରହିବ ବୋଲି କହିଛନ୍ତି କ୍ରୀଡ଼ା ପ୍ରେମୀ।୫ଦିନ ଧରି ଚାଲିଥିବା କ୍ରୀଡ଼ା ଉତ୍ସବର ବିଭିନ୍ନ ଖେଳ ପ୍ରତିଯୋଗିତାରେ ଗୁମ୍ମା ବ୍ଲକର ଉଭୟ ବାଳକ ଓ ବାଳିକା ବର୍ଗର ୮ଟି ଫୁଟବଲ ଦଳ,୯ଟି କ୍ରିକେଟ ଦଳ,୧୭ଟି କବାଡ଼ି ଦଳ ଓ – ମହିଳା ଖୋ ଖୋ,କବାଡ଼ି, ଫୁଟବଲ ଦଳ ଓ ଅଞ୍ଚଳର ବହୁ ଯୁବକ ଓ ଯୁବତୀ ନିଜର କ୍ରୀଡ଼ା ପ୍ରତିଭା ପଦର୍ଶନ କରିଥିଲେ।ପ୍ରତିଯୋଗିତାରେ ବିଜୟୀ ଦଳ ମାନଙ୍କୁ ମୁଖ୍ୟ ଅତିଥି ମାନେ ଟ୍ରଫି,ମାନପତ୍ର ଓ ଚେକ ପ୍ରଦାନ କରିଥିଲେ।୫ଦିନ ବ୍ୟାପି କ୍ରୀଡ଼ା ଉତ୍ସବକୁ ବିଦ୍ୟାଳୟର ଓ ବ୍ଲକ କର୍ମଚାରୀ ରାକେଶ କୁମାର ସାହୁ, ମନୋଜ କୁମାର ସାହୁ, ମନ୍ମଥ ପାତ୍ର,ଉପେନ୍ଦ୍ର ମାଛ ଓ ସତ୍ୟଜିତ ବେହେରା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ