ଗୁମ୍ମା ଗ୍ରାମରେ ୫୭୮ ଜଣଙ୍କୁ ରାସନ ସାମଗ୍ରୀ ଏକ କୀଟ ବଣ୍ଟନ

ଗଜପତି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ସଦରମହୁକୁମା ଠାରେ ଆଜି ଉପହାର ଓ ଏଜିଏସଏମ ସଂସ୍ଥା ତରଫରୁ ଗୁମ୍ମା ଗ୍ରାମରେ ୫୭୮ ଜଣଙ୍କୁ ରାସନ ସାମଗ୍ରୀ ଏକ କୀଟ ବଣ୍ଟନ କରିଥିଲେ। ଏହି ରାସନ କୀଟ ରେ ଚାଉଳ ଠାରୁ ଆରମ୍ଭ କରି ସାବୁନ ,ମାସ୍କ,ତେଲ, ଲୁଣ ଆଦି ସାମଗ୍ରୀ ରହିଥିବା ଜଣାପଡ଼ିଛି। ପ୍ରଥମେ ଗୁମ୍ମା ପାଇକ ସାହି ରେ କୀଟ ବଣ୍ଟନ ପରେ ଖ୍ରୀଷ୍ଟିଆନ ସାହି ରେ ବଣ୍ଟନ କରିଥିଲେ ଆଗାମୀ ଦିନରେ ଗୁମ୍ମା ବ୍ଲକ ର ଅନ୍ୟ ଗ୍ରାମ ଗୁଡିକ ମଧ୍ୟରେ ବଣ୍ଟନ କରାଯିବ ବୋଲି ନିର୍ଦ୍ଦେଶକ ବିଶ୍ୱଜିତ ପାଣି ଓ ରଜତ କୁମାର ପାଣି ଜଣାଇଛନ୍ତି ।ଏହି ଲକଡାଉନ ସମସ୍ତ ଲୋକ ମାନେ ବହୁ ଅସୁବିଧାରେ ରହୁଛନ୍ତି ଗୁମ୍ମା ବ୍ଲକ ରେ ମଧ୍ୟ ଅତ୍ୟନ୍ତ ଗରିବ ଲୋକ ବସ ବାସ କରୁଛନ୍ତି । ସୂଚନାଯୋଗ୍ୟ ଯେ ଏହି ଦୁଇ ନିର୍ଦ୍ଦେଶକ ଗୁମ୍ମା ବ୍ଲକ ର ଗୁମ୍ମା ଖ୍ରୀଷ୍ଟିୟାନ ସାହି ବାସିନ୍ଦା ଏବଂ ଓଡ଼ିଶାର ବିଭିନ୍ନ ଜାଗା ସହ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ସ୍କୁଲ କଲେଜ ଖୋଲି ବହୁ ଗରିବ ପିଲାମାନଙ୍କୁ ମାଗଣାରେ ପାଠ ପଢା କରୁଛନ୍ତି ଏବଂ ଏହା ସହ ପାରଳାଖେମୁଣ୍ଡି ଠାରେ ଏହି ସଂସ୍ଥା ତରଫରୁ ଅନାଥ ଆଶ୍ରମ କରୁଛନ୍ତି। ଆଜି ର କାର୍ଯ୍ୟକ୍ରମ ରେ ଆମ୍ରମ ପାଣି,ଜୀବଦୀୟ ଲିମା, ବିରାଜ ମୋହନ ପାଳ, କେ ଆନନ୍ଦ ରାଓ, ସୁମୁଲ୍ୟ ଆନନ୍ଦ, ଶୁଭଙ୍କର ଲିମା, ପ୍ରତ୍ୟକ୍ଷ କୁମାର ସୁର୍ଯ୍ୟ, ଅମରେଶ ରାଉଳ, ଗୁପ୍ତ ସାମଲ ,ସନ୍ତୋଷ ଦଣ୍ଡସେନା ଓ ଗୁମ୍ମା ର ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ