ଗୁମ୍ମା ବିଡିଓଙ୍କୁ ସାକ୍ଷାତକଲେ ପାରଳା ସ୍ୱାଭିମାନ ମଂଚର ଅଧ୍ୟକ୍ଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ସମସ୍ୟା ନେଇ ପାରଳା ସ୍ୱାଭିମାନ ମଂଚର ଅଧ୍ୟକ୍ଷ ତ୍ରିରୁପତି ପାଣିଗ୍ରାହୀ ଆଜି ଗୁମ୍ମା ବିଡିଓ ନଟବର ଗରଡାଙ୍କ ସହ ଆଲୋଚନା କଲେ । ଆଜି ତ୍ରିରୁପତି ପାଣିଗ୍ରାହୀ ଗୁମ୍ମାର ବିଭିନ୍ନ ଅଂଚଳ ପରିଦର୍ଶନ କରି ଲୋକଙ୍କ ବିଭିନ୍ନ ଅସୁବିଧା ଓ ସମସ୍ୟା ନେଇ ପଚାରି ବୁଝିଥିଲେ । ଗତ ତିତିଲି ବାତ୍ୟାରେ ଲୋକଙ୍କୁ ଘର ମିଳିନଥିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ବିଜୁପକା ଘର ଗୁଡିକ ପ୍ରକୃତ ହିତାଧିକାରୀଙ୍କୁ ନ ମିଳୁଥିବା ଏବଂ ଧନୀଶାଳୀ ବ୍ୟକ୍ତିଙ୍କୁ ମିଳୁଥିବା ଲୋକ କହିଥିଲେ । ଏହି ସବୁ ଶୁଣିବା ପରେ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ତ୍ରିରୁପତି ପାଣିଗ୍ରାହୀ ବିଡିଓଙ୍କୁ କହିଥିଲେ ଯେ, ବର୍ତ୍ତମାନ ଘର ସର୍ଭେ ଚାଲିଛି ବହୁ ଲୋକଙ୍କ ନାମ କଟି ଯାଇଥିବାରୁ ପୁନର୍ବାର ସର୍ଭେ କରି ଠିକ ହିତାଧିକାରୀଙ୍କୁ ଚୟନ କରନ୍ତୁ । ଏହା ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ୍ ଅଧିକାଶଂ ଲୋକ ଗରିବ ଶ୍ରେଣୀର ଲୋକେ ବସବାସ କରନ୍ତି ତେଣୁ ବୁଡାବୁଢି ଭତ୍ତା ଆଦି କ୍ଷେତ୍ରରେ ପାତରଅନ୍ତର ନ କରି ପ୍ରକୃତ ହିତାଧିକାରୀଙ୍କୁ ଦେବା ପାଇଁ କହିଥିଲେ । ଏହା ସହିତ ଉଠା ଜଳସେଚନ କାର‌୍ୟ୍ୟକାରୀ ହେଉନଥିବା, ବିଦ୍ୟୁତ କରଣ ପାଇଁ ୨୦୧୭ରୁ ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଥିବା ଆଦି ବିଷୟରେ ଗୁମ୍ମା ବିଡିଓଙ୍କ ସହ ଆଲୋଚନା କରିଥିଲେ । ଏହି କାର‌୍ୟ୍ୟକ୍ରମରେ ଗୁମ୍ମା ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମ୍ମା, ଗୁମ୍ମା ସରପଞ୍ଚ ଜିକନୀୟ ରଇତ, ପୂର୍ବତନ ଉପଧ୍ୟକ୍ଷ ବେରିନିକ ଗମାଙ୍ଗ, ଗୋବରା ତ୍ରିପତି ରାଓ, ମୁଣଣ୍ଠୁ ପାଣିଙ୍କ ସହ ସମସ୍ତ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ