ଗୁମ୍ମା ବ୍ଲକରେ ବିଜେଡିର ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ ପଞ୍ଚାୟ ନିକଟସ୍ଥ ଚନ୍ଦନଗିରି ଗ୍ରାମ ଠାରେ ଗଜପତି ଜିଲ୍ଲା ବିଜୁ ଜନତା ଦଳର ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟତଃ ଜୋନ୍ ନଂ ୪ ପାଇଁ ରଣକୌଶଳ ପ୍ରସ୍ତୁତି କରାଯାଇଥିବାର ଜଣାଯାଇଛି । ସୂଚନା ଅନୁସାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖା ଯୋଜନା, ଯଥା ସ୍ୱାସ୍ଥ୍ୟ, ସେବା, ପାନୀୟ ଜଳଯୋଗାଣ, ରାସ୍ତା ଘାଟ ନିର୍ମାଣ ଓ ବିକାଶର ଧାରା ସାଧାରଣ ଲୋକଙ୍କ ପାଖରେ ରଖିବା ସହ ୫ଟି ମାଧ୍ୟମରେ ବିଦ୍ୟାଳୟର ରୂପାନ୍ତିକରଣ ଆଗାମୀ ଦିନରେ ନାମନଗଡ ଗ୍ରାମ ପଞ୍ଚାୟତର ସନ୍ତୋଷପୁର ବିଦ୍ୟାଳୟର ରୂପାନ୍ତରିତ ହେବାକୁଯାଉଥିବା ବିଷୟରେ ସାଧାରଣ ଲୋକଙ୍କ ପାଖରେ ବାର୍ତ୍ତା ଉପସ୍ଥାପନ କରିଛନ୍ତି । ଆଗାମୀ ପଞ୍ଚାୟ ନିର୍ବଚାନରେ ପ୍ରଥମ କରି କଂଗ୍ରେସ ଗଡରେ ଶଙ୍ଖ ବଜେଇ ବିପୁଳ ମାତ୍ରାରେ ବିଜୟ ହାସଲ କରିବା ପାଇଁ ସଂକଳ୍ପ ନେଇଥିଲେ । ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ନେତା, ଆସାୟୀ ପ୍ରାର୍ଥୀ, ବିଜେଡି କର୍ମୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଗୁମ୍ମା ବ୍ଲକର ୪ ନଂ ଜୋନର ଦାୟୀତ୍ୱରେ ଥିବା କୋଡିନେଟର ସୂର୍ଯ୍ୟ ନାରାୟଣ ରାଜଗୁରୁଙ୍କ ନେତୃତ୍ୱରେ ହୋଇଥିଲା । ସେହି ପରି ବିଜେଡିର ଉପସଭାପତି ଲକ୍ଷ୍ମୀକାନ୍ତ ପରିଛା, ଜିଲ୍ଲା ପରିଷଦ ସଭ୍ୟା ପ୍ରେମିକା ରଇତ, ବ୍ଲକ ସଭାପତି ଏନସ ଶବର ପ୍ରମୁଖଙ୍କ ସହ ବହୁ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତଥିଲେ ।


